ଓଡିଶା

odisha

ETV Bharat / city

ସର୍ବତ୍ର ଗୋଟିଏ ତିଥିରେ ରଥଯାତ୍ରା ହେବା ନେଇ ଦାବି - ଜଗନ୍ନାଥଙ୍କ ରଥଯାତ୍ରା

ସର୍ବତ୍ର ଗୋଟିଏ ତିଥିରେ ଜଗନ୍ନାଥଙ୍କ ରଥଯାତ୍ରା ହେବା ନେଇ ଦାବି । ଆବାହମାନ କାଳରୁ ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହି ଦିନରେ ଦେଶ ତଥା ବିଦେଶରେ ମଧ୍ୟ ରଥଯାତ୍ରା କରିବାକୁ ଭୁବନେଶ୍ବର ଦୁର୍ଗା ମଣ୍ଡପ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ଦାବି ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Aug 4, 2019, 8:15 PM IST

ଭୁବନେଶ୍ବର: ଲୁଧିଆନାରେ ଇସ୍କନ କର୍ତ୍ତୃପକ୍ଷ ଆସନ୍ତା ନଭେମ୍ବର ୧୬ ତାରିଖରେ ରଥଯାତ୍ରା କରିବାକୁ ନେଇ ବିବାଦ ଦେଖାଦେଇଛି । ପ୍ରଥମେ ବିଧାନସଭାରେ ଏ ପ୍ରସଙ୍ଗ ଉଠିବା ପରେ ଏବେ ରାଜ୍ୟରେ ହେଉଥିବା ବିଭିନ୍ନ ଆଲୋଚନା ଚକ୍ରରେ ଏନେଇ ମତପ୍ରକାଶ ପାଇଛି । ଗୋଟିଏ ତିଥିରେ ରଥଯାତ୍ରା ପାଳନ କରିବାକୁ ଦାବି ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆବାହମାନ କାଳରୁ ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏପରିକି ଶ୍ରୀମନ୍ଦିର ସତ୍ଵଲିପିରେ ଏ ବିଷୟରେ ଥିବା ଧାରା ରାଷ୍ଟ୍ରପତିଙ୍କ ଦ୍ଵାରା ସ୍ବୀକୃତିଲାଭ କରିଛି। ତେଣୁ ଏହି ଦିନରେ ଦେଶ ବିଦେଶରେ ମଧ୍ୟ ରଥଯାତ୍ରା ପାଳନ କରିବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି । ଆଜି(ରବିବାର) ଭୁବନେଶ୍ବର ଦୁର୍ଗା ମଣ୍ଡପ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ବକ୍ତାମାନେ ରଥଯାତ୍ରା ଗୋଟିଏ ତିଥିରେ ପାଳିବାକୁ ନେଇ ମତବ୍ୟକ୍ତ କରିଛନ୍ତି।

ଏହାସହ ଇସ୍କନ କର୍ତ୍ତୃପକ୍ଷ ଅର୍ଥ ଆଦାୟ କରିବା ପାଇଁ ଓଡିଶା ବାହାରେ ଏପରିକି ବିଦେଶରେ ସେମାନଙ୍କ ସୁବିଧା ଅନୁସାରେ ମହାପ୍ରଭୁଙ୍କ ରଥଯାତ୍ରା କରୁଛନ୍ତି। ଅନେକ ବିରୋଧ ଓ ଗଜପତି ମହାରାଜାଙ୍କ ହସ୍ତକ୍ଷେପ ସତ୍ବେ ଏ ବିଷୟରେ କୌଣସି ସୁଫଳ ମିଳି ନାହିଁ। ତେଣୁ ଏପରି ବିନା ତିଥିରେ ରଥଯାତ୍ରା ହେଉଥିବାରୁ ଏହା ଅନେକ ହିନ୍ଦୁଙ୍କ ଭାବାବେଗ ପ୍ରତି ଆଘାତ ଦେଉଥିବାରୁ ଏଥିରୁ ନିବୃତ ରହିବାକୁ ଆଜିର ଆଲୋଚନାରେ ବକ୍ତାମାନେ ଦାବି କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details