ଓଡିଶା

odisha

ETV Bharat / city

ରଥଯାତ୍ରା ପ୍ରସଙ୍ଗ: ସୁପ୍ରିମକୋର୍ଟରେ ସମ୍ବିତ ପାତ୍ରଙ୍କ ଆବେଦନ - Rath Yatra issue

ରଥଯାତ୍ରା ହେବାକୁ ନେଇ ଏବେ ବି ଅନେକ ଦ୍ବନ୍ଦ ରହିଥିବାବେଳେ ରଥଯାତ୍ରା ପ୍ରସଙ୍ଗରେ ନିଷ୍ପତ୍ତିର ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲେ ସମ୍ବିତ ପାତ୍ର ।

Sambit Patra
ପିଟିସଦ ଦାୟର କଲେ ସମ୍ବିତ ପାତ୍ର

By

Published : Jun 21, 2020, 4:49 PM IST

ନୂଆଦିଲ୍ଲୀ: ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଆବେଦନ । ନିଷ୍ପତ୍ତିର ପୁନଃବିଚାର ପାଇଁ ଆବେଦନ କଲେ ସମ୍ବିତ ପାତ୍ର । ସେ ନିଜ ସୋସିଆଲ ମିଡିଆ ଟ୍ବିଟର ଆକାଉଣ୍ଟରେ ଏନେଇ କିଛି ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି ।

ସମ୍ବିତ ପାତ୍ରଙ୍କ ଟ୍ବିଟର ପୋଷ୍ଟ

ସେ ନିଜ ଆକାଉଣ୍ଟରେ ସୂଚନା ଦେଇ ଲେଖିଛନ୍ତି ଯେ, "ଆସନ୍ତା 23 ଜୁନରେ ଅନୁଷ୍ଠିତ ହେଉଥିବା ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଆଜି ମୁଁ SC ପ୍ରଥମ ଆଦେଶର ସ୍ପଷ୍ଟୀକରଣ/ସଂଶୋଧନ ନିମନ୍ତେ ଆବେଦନ ଦାଖିଲ କରିଦେଇଛି। ମୋର ପୂର୍ଣ୍ଣ ଆଶା ଆମ୍ଭମାନଙ୍କ ଏହି ପ୍ରାର୍ଥନା ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଶ୍ଚିତ ଶୁଣିବେ"।

ରଥଯାତ୍ରା ହେବାକୁ ନେଇ ଏବେ ବି ଅନେକ ଦ୍ବନ୍ଦ ରହିଥିବାବେଳେ ଏହି ପ୍ରସଙ୍ଗରେ ଆସନ୍ତାକାଲି(ସୋମବାର) ସୁପ୍ରିମକୋର୍ଟରେ ଶୁଣାଣି ହେବ । ମାତ୍ର ରଥଯାତ୍ରା ହେବା ନେଇ ପୁନଃବିଚାର ପାଇଁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ 17 ଟି ପିଟିସନ ଦାଖଲ ହୋଇଛି ।

ABOUT THE AUTHOR

...view details