ଓଡିଶା

odisha

ETV Bharat / city

'କୋରୋନା ସମୟରେ ରଥଯାତ୍ରା ପାଳନ ବଡ ଚ୍ୟାଲେଞ୍ଜ' - ନବୀନ ପଟ୍ଟନାୟକଙ୍କ ବାର୍ତ୍ତା

ମହାପ୍ରଭୁଙ୍କ ରଥଯାତ୍ରାକୁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାମାରୀ କୋରୋନା ମଧ୍ୟରେ ରାଜ୍ୟରେ ରଥଯାତ୍ରା ପାଳନ ଏକ ଚ୍ୟାଲେଞ୍ଜ ରହିବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

'କୋରୋନା ସମୟରେ ରଥଯାତ୍ରା ପାଳନ ଏକ ଚ୍ୟାଲେଞ୍ଜ'
'କୋରୋନା ସମୟରେ ରଥଯାତ୍ରା ପାଳନ ଏକ ଚ୍ୟାଲେଞ୍ଜ'

By

Published : Jun 22, 2020, 8:14 PM IST

Updated : Jun 22, 2020, 11:05 PM IST

ଭୁବନେଶ୍ବର: ମହାପ୍ରଭୁଙ୍କ ରଥଯାତ୍ରାକୁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ କେନ୍ଦ୍ର ସରକାରଙ୍କ ସହଯୋଗ ନେଇ ମଧ୍ୟ ନବୀନ କୃତଜ୍ଞତା ଅର୍ପଣ କରିଛନ୍ତି । ରଥଯାତ୍ରା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

'କୋରୋନା ସମୟରେ ରଥଯାତ୍ରା ପାଳନ ଏକ ଚ୍ୟାଲେଞ୍ଜ'

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଠିକ ସମୟରେ ରଥ ଅନୁକୂଳ ଓ ନିର୍ମାଣ ସରିଛି । ଠାକୁରଙ୍କ ନୀତିକାନ୍ତ ସମୟାନୁଯାୟୀ ଜାରି ରହିଛି । ଏଥିପାଇଁ ସେବାୟତଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ପୁରୀ ପଠାଯାଇ ସାରିଛି । ମହାମାରୀ କୋରୋନା ମଧ୍ୟରେ ରାଜ୍ୟରେ ରଥଯାତ୍ରା ପାଳନ ଏକ ଚ୍ୟାଲେଞ୍ଜ ରହିବ ବୋଲି ସେ କହିଛନ୍ତି ।

ନବୀନ ଆହୁରି ମଧ୍ୟ କହିଛନ୍ତି ଯେ ରଥଯାତ୍ରା ପରିଚାଳନାରେ ଭାଗନେଇଥିବା ସମସ୍ତେ କୋଭିଡ ଗାଇଡ ଲାଇନକୁ ପାଳନ କରିବେ । ସବୁ ଗାଇଡଲାଇନକୁ ପାଳନ କରିବାକୁ ହେବ । ସାରା ବିଶ୍ବର ନଜର ଆମ ଉପରେ ରହିବ । ଏପରି ସ୍ଥିତିରେ ସାମଜିକ ଦୂରତା ମାନି କିପରି ରଥଯାତ୍ରା ପାଳନ ହୋଇପାରେ ତାର ନିଦର୍ଶନ ସାରା ବିଶ୍ବକୁ ଦେଖାଇବାକୁ ପଡିବ ବୋଲି ନବୀନ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 22, 2020, 11:05 PM IST

ABOUT THE AUTHOR

...view details