ଭୁବନେଶ୍ବର: "ଶଙ୍କର ମୋ ସହ ଦୁଷ୍କର୍ମ କରିଛି । ସେ ହିଁ ମୋତେ ରଖିବ । ନହେଲେ ଏଇଠି ବିଷ ପିଇ ମରିବି।" ନୟାପଲ୍ଲୀ ଥାନା ସମ୍ମୁଖରେ ଏଭଳି କିଛି କହି ଜଣେ ମହିଳା ଧାରଣା ଦେଇଥିଲେ । ମହିଳାଙ୍କ ଅଭିଯୋଗ ପରେ ଶଙ୍କର କହଁର ନାମକ ବ୍ୟକ୍ତିକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।
ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଶଙ୍କର କହଁର ନାମକ ବ୍ୟକ୍ତି ଚା ଦୋକାନ କରିଥିଲେ । ଲକ୍ଡାଉନ ସମୟରେ ପୀଡ଼ିତା ସେଠାରେ କାମ କରୁଥିଲେ । ଏହି ସମୟରେ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।