ଭୁବନେଶ୍ବର: OAS ତଥା ବିଏମସି ଅଧିକାରୀଙ୍କ ଘରେ ନାବାଳିକାଙ୍କୁ ବଳାତ୍କାର ଘଟଣା। ଏନେଇ ଜାତୀୟ ମାନବଧିକାର କମିଶନ ଉଦବେଗ ପ୍ରକାଶ କରିଛନ୍ତି। ମାନବାଧିକାର କର୍ମୀ ତଥା ଆଇନଜୀବୀ ବିଭୁ ଦାସ ଏ ଘଟଣାକୁ ନେଇ ଜାତୀୟ ମାନବାଧିକାର ଆୟୋଗରେ ଅଭିଯୋଗ କରିଥିଲେ। ତଦନ୍ତରେ ମହିଳା ପୋଲିସ ନଥିବା ଅଭିଯୋଗ ହୋଇଛି।
ଓଏସଏସଙ୍କ ଘରେ ନାବାଳିକାଙ୍କୁ ବଳାତ୍କାର ଘଟଣା, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଏନଏଚଆରସିର ନୋଟିସ 14 ବର୍ଷର ପୀଡିତା ଜଣେ ଗରିବ ଆଦିବାସୀ ପରିବାରର, ଅଭିଯୁକ୍ତ ଜଣେ ବରିଷ୍ଠ ଅଧିକାରୀ। ଏହାକୁ ନେଇ ମାମଲାକୁ ଚପାଇ ଦେବା ପାଇଁ ବରିଷ୍ଠ ଅଧିକାରୀ ଓ ପୋଲିସ ମଧ୍ୟରେ ଚାଲିଛି ଉଦ୍ୟମ। OAS ତଥା ବିଏମସି ଅଧିକାରୀ ପ୍ରମୋଦ ପୃଷ୍ଟି ସମ୍ପୃର୍କ୍ତ ନାବାଳିକାଙ୍କୁ 2 ବର୍ଷ ଧରି ଘରେ ଆଣି ରଖିଥିଲେ। ଏହା ମଧ୍ୟ ସମ୍ପୃକ୍ତ ଝିଅଟି ନାବାଳିକା ରହିଥିବାରୁ ଶିଶୁ ବିରୋଧୀ ଆଇନକୁ ଖିଲାପ ମଧ୍ୟ କରିଛନ୍ତି।
ଓଏସଏସଙ୍କ ଘରେ ନାବାଳିକାଙ୍କୁ ବଳାତ୍କାର ଘଟଣା, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଏନଏଚଆରସିର ନୋଟିସ ଏହାସତ୍ତ୍ବେ ପୋଲିସ ଉକ୍ତ OAS ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ଗ୍ରହଣ କରିନାହିଁ। ଯେତେବେଳେ ଏହାର ସମ୍ପୂର୍ଣ୍ଣ ତଦନ୍ତ ମହିଳା ପୋଲିସ ବି କରିନାହାଁନ୍ତି। ଯାହାକୁ ନେଇ ଜାତୀୟ ମାନବାଧିକାର କମିଶନ ଏହି ତଦନ୍ତ ଉପରେ ଉଦବେଗ ପ୍ରକାଶ କରିଛନ୍ତି। ଏହି ଅଭିଯୋଗରେ ଏନଏଚଆରସି କହିଛନ୍ତି ଯେ ଆଗାମୀ ତଦନ୍ତରେ ପୋଲିସ ପୁଣିଥରେ ପୀଡିତାଙ୍କ ବୟାନକୁ ଯାଞ୍ଚ କରିବ।
ଏହାସହ ଜଣେ ମହିଳା ପୋଲିସ ଏହି ତଦନ୍ତକୁ ହାତକୁ ନେବେ। ଏହାସହ 6 ସପ୍ତାହ ମଧ୍ୟରେ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି । କାହିଁକି ଏପର୍ଯ୍ୟନ୍ତ ଏକ dna ପ୍ରୋଫାଇଲ କରାଯାଇନାହିଁ। ଏହା ତୁରନ୍ତ ପ୍ରମାଣ କରିପାରେ ଯେ ଦୁଇ ବରିଷ୍ଠ ଅଧିକାରୀ ଦୋଷୀ ଅଛନ୍ତି କି ନାହିଁ। ସରକାର କାହିଁକି ପୀଡିତାଙ୍କ ସୁରକ୍ଷାରେ କିମ୍ବା କ୍ଷତିପୂରଣ ପ୍ରଦାନ କରିନାହାନ୍ତି । ଏହାସହ ଏହିଭଳି ମାମଲାରେ ପୁରୁଷ ଅଧିକାରୀ ତଦନ୍ତ କରାଯାଇଛି ବୋଲି ପିଟିସନରେ ଅଭିଯୋଗ ହୋଇଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ