ଓଡିଶା

odisha

ETV Bharat / city

ମହିଳା କର୍ମଚାରୀଙ୍କୁ ଅସଦାଚରଣ, ହାଜର ହେଲେନି ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶକ

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଘଟଣା, ମହିଳା କମିଶନଙ୍କ ନିକଟରେ ହାଜର ହେଲେନି ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶକ। ଅଧିକ ପଢନ୍ତୁ..

ମହିଳା କର୍ମଚାରୀଙ୍କୁ ଅସଦାଚରଣ, ହାଜର ହେଲେନି ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶକ
ମହିଳା କର୍ମଚାରୀଙ୍କୁ ଅସଦାଚରଣ, ହାଜର ହେଲେନି ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶକ

By

Published : Aug 27, 2020, 6:17 PM IST

ଭୁବନେଶ୍ବର: ମହିଳା କର୍ମଚାରୀଙ୍କୁ ଅସଦାଚରଣ ଘଟଣା, ମହିଳା କମିଶନଙ୍କ ନିକଟରେ ହାଜର ହେଲେନି ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶକ। ଦୀର୍ଘ ବର୍ଷ ଧରି ଅର୍ଥନୀତି ଓ ପରିସଂଖ୍ୟାନ କାର୍ଯ୍ୟାଳୟରେ ଜଣେ ମହିଳା କର୍ମଚାରୀଙ୍କୁ ବିଭାଗର ନିର୍ଦେଶକ ଅସଦାଚରଣ ଅଭିଯୋଗରେ ଗୁରୁବାର ଜନୈକା ମହିଳା ଜଣଙ୍କ କମିଶନରଙ୍କ ନିକଟରେ ପୁଣି ଥରେ ହାଜର ହୋଇଛନ୍ତି।

ମହିଳା କର୍ମଚାରୀଙ୍କୁ ଅସଦାଚରଣ, ହାଜର ହେଲେନି ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶକ

ଗତ ଦେଢ଼ ବର୍ଷ ଧରି ଅର୍ଥନୈତିକ ଓ ପରିସଂଖ୍ୟାନ ବିଭାଗର ନିର୍ଦେଶକ ଶଙ୍କର୍ଷଣ ସାହୁଙ୍କ ବିରୁଦ୍ଧରେ ସେହି କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମହିଳା ଜଣଙ୍କ ନ୍ୟାୟ ପାଇଁ ମହିଳା ଥାନା ଓ ମହିଳା କମିଶନରଙ୍କ ନିକଟରେ ଆଭିଯୋଗ କରିଥିଲେ। ଏ ସମ୍ପର୍କରେ ଉଭୟଙ୍କୁ ମହିଳା କମିଶନଙ୍କ ପକ୍ଷରୁ ହାଜର ପାଇଁ ନୋଟିସ ମଧ୍ୟ ଦିଆଯାଇଥିଲା।

ପୀଡିତା ମହିଳା ଠିକ ସମୟରେ ମହିଳା କମିଶନରଙ୍କ ନିକଟରେ ହାଜର ହୋଇଥିଲେ ମଧ୍ୟ ଶରୀର ଅସୁସ୍ଥତା ଦର୍ଶାଇ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶକ ସମୟ ମାଗିଛନ୍ତି। ତେବେ ଉକ୍ତ ମହିଳା ଓ ନିର୍ଦେଶକଙ୍କୁ ଆସନ୍ତା 2 ତାରିଖରେ ଉଭୟଙ୍କୁ ହାଜର ପାଇଁ ମହିଳା କମିଶନ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ଦେଢ଼ ବର୍ଷ ଧରି ଉକ୍ତ ମହିଳାଙ୍କୁ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶକ ବାରମ୍ବାର ଅସଦାଚରଣ କରିବା ସହ ଧମକ ଦେବା ପରି ଅନେକ ଅଶୀଳ ଭାଷାରେ ଗାଳି ଗୁଳଜ କରିବା ପରି ଅନେକ ଘଟଣା ଘଟୁଥିବା ଭଳି ଅଭିଯୋଗ ହୋଇଛି।

ସେହିପରି ମହିଳାଙ୍କ ସହ କାର୍ଯ୍ୟାଳୟରେ ଯେଉଁ ସହକର୍ମୀ ମାନେ କଥାବାର୍ତା ହୁଅନ୍ତି, ସେମାନଙ୍କୁ ଡେପୁଟେସନରେ ଦୂରକୁ ପଠାଇଦେଉଥିବା ମଧ୍ୟ ଅଭିଯୋଗ ହେଉଛି। ଶଙ୍କର୍ଷଣ ସାହୁ ବାରମ୍ବାର ମାନସିକ ନିର୍ଯାତନା ଦେଇଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଉକ୍ତ ମହିଳା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details