ଓଡିଶା

odisha

ETV Bharat / city

ଚକ୍ଷୁରୋଗୀଙ୍କ ପାଇଁ ଖୁସି ଖବର, କ୍ୟାପିଟାଲ ହସ୍ପିଟାଲକୁ ଆସିଲା ରାନିବିଜୁମାବ ଇଞ୍ଜେକ୍ସନ - ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ

କ୍ୟାପିଟାଲ ହସ୍ପିଟାଲର ଚକ୍ଷୁ ବିଭାଗକୁ ଆସିଲା 'ରାନିବିଜୁମାବ ଇଞ୍ଜେକ୍ସନ' (Ranibizumab Injection) । ଯାହା ଚକ୍ଷୁ ରୋଗୀଙ୍କ ପାଇଁ ସଞ୍ଜୀବନୀ । କୋଭିଡ ମହାମାରୀ ସମୟରୁ ଗତ ପ୍ରାୟ ଦୁଇବର୍ଷ ଧରି ଏହି ଇଞ୍ଜେକ୍ସନ ମିଳୁନଥିଲା । ଅଧିକ ପଢ଼ନ୍ତୁ

କ୍ୟାପିଟାଲ ହସ୍ପିଟାଲକୁ ଆସିଲା ରାନିବିଜୁମାବ ଇଞ୍ଜେକ୍ସନ
କ୍ୟାପିଟାଲ ହସ୍ପିଟାଲକୁ ଆସିଲା ରାନିବିଜୁମାବ ଇଞ୍ଜେକ୍ସନ

By

Published : Oct 6, 2022, 7:33 AM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲକୁ ଆସିଲା 'ରାନିବିଜୁମାବ ଇଞ୍ଜେକ୍ସନ' (Ranibizumab Injection) । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର ଚକ୍ଷୁ ବିଭାଗକୁ ଏହି 'ରାନିବିଜୁମାବ ଇଞ୍ଜେକ୍ସନ' (Ranibizumab Injection) ଆସିବା ଫଳରେ ସାଧାରଣ ଓ ଗରିବ ରୋଗୀମାନେ ମାଗଣାରେ ଗୁରୁତ୍ବପୂର୍ଣ୍ଣ ଚକ୍ଷୁ ଚିକିତ୍ସା କରିପାରିବେ । ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

କ୍ୟାପିଟାଲ ହସ୍ପିଟାଲର ଚକ୍ଷୁ ବିଭାଗରେ ଏହି ଗୁରୁତ୍ବପୂର୍ଣ୍ଣ ଇଞ୍ଜେକ୍ସନ ଯାହା ମାଗଣାରେ ଦେବା ଲାଗି ନିଷ୍ପତ୍ତି ହୋଇଥିଲା । ତେବେ କୋଭିଡ ମହାମାରୀ ସମୟରୁ ଗତ ପ୍ରାୟ ଦୁଇବର୍ଷ ଧରି ଏହି 'ରାନିବିଜୁମାବ ଇଞ୍ଜେକ୍ସନ' (Ranibizumab Injection) ମିଳୁନଥିଲା । ଫଳରେ ବହୁ ଦୂରଦୂରାନ୍ତରୁ ଆସୁଥିବା ସାଧାରଣ ଓ ଗରିବ ଶ୍ରେଣୀର ରୋଗୀମାନେ ଚିକିତ୍ସା ନପାଇପାରି ନିରାଶ ହୋଇ ଫେରୁଥିଲେ । ଏହି ଇଞ୍ଜେକ୍ସନ ଗୋଟିଏ କିଣିବା ପାଇଁ ପ୍ରାୟ ୩୦ରୁ ୪୦ ହଜାର ପଡ଼ିଥାଏ । ସେଥିପାଇଁ ଗରିବ ଲୋକଙ୍କ ପାଇଁ ଏହାକୁ ବାହାର ବଜାର ମାର୍କେଟରୁ କିଣିବା ସମ୍ଭବପର ନୁହେଁ ।

ଏହା ମଧ୍ୟ ପଢ଼ନ୍ତୁ...କ୍ୟାପିଟାଲ ହସ୍ପିଟାଲରେ ନାହିଁ ରାନିବିଜୁମାବ ଇଞ୍ଜେକ୍ସନ, ହନ୍ତସନ୍ତ ରୋଗୀ

ସାଧାରଣ ଭାବରେ କୌଣସି ରୋଗୀର ଚକ୍ଷୁପଟଳରେ ପାଣି ଓ ରକ୍ତ ଜମାଟ ବାନ୍ଧିଲେ, ଏହି ରୋଗୀଙ୍କୁ ବିଶେଷ ଭାବରେ 'ରାନିବିଜୁମାବ ଇଞ୍ଜେକ୍ସନ' (Ranibizumab Injection) ଦେବାକୁ ପଡିଥାଏ । ଫଳରେ ରୋଗୀକୁ ଅନ୍ଧତ୍ଵରୁ ମୁକ୍ତି ମିଳିଥାଏ । କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ଗତ 2 ବର୍ଷ ହେଲା ଏହି ଇଞ୍ଜେକ୍ସନ ଦିଆଯାଉନାହିଁ । ଯାହା ଫଳରେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details