ଓଡିଶା

odisha

By

Published : Feb 13, 2021, 8:37 PM IST

ETV Bharat / city

ଚାଷୀଙ୍କ ସହ ରହିଛି ବୋଲି ବିଜେପି ଦେଖେଇ ହେଉଛି: ଯୋଗାଣ ମନ୍ତ୍ରୀ

ବିଜେପିର ପଶ୍ଚିମ ଓଡିଶା ବନ୍ଦ ଉପରେ ମତ ଦେଲେ ରଣେନ୍ଦ୍ର । ବିଜେପି ଆନ୍ଦୋଳନରେ ବାସ୍ତବତା କିଛି ନାହିଁ। ସେମାନେ ଚାଷୀଙ୍କ ବିଶ୍ବାସ ଭାଜନ ହେଉ ନାହାଁନ୍ତି । ନୂଆ କୃଷି ଆଇନରେ ଯାହା ଅଛି, ସଂସଦରେ ତାହା ଉପସ୍ଥାପନ ହେଉନାହିଁ। ସେମାନେ କେବଳ ଦେଖେଇ ହେଉଛନ୍ତି ଚାଷୀଙ୍କ ସାଙ୍ଗରେ ଅଛନ୍ତି ବୋଲି । ସେମାନେ ଢୋଙ୍ଗି ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଅଧିକ ପଢନ୍ତୁ...

ଚାଷୀଙ୍କ ସହ ରହିଛି ବୋଲି ବିଜେପି ଦେଖେଇ ହେଉଛି
ଚାଷୀଙ୍କ ସହ ରହିଛି ବୋଲି ବିଜେପି ଦେଖେଇ ହେଉଛି

ଭୁବନେଶ୍ବର: ବିଜେପିର ପଶ୍ଚିମ ଓଡିଶା ବନ୍ଦ ଉପରେ ମତ ଦେଲେ ରଣେନ୍ଦ୍ର । ବିଜେପି ଆନ୍ଦୋଳନରେ ବାସ୍ତବତା କିଛି ନାହିଁ। ସେମାନେ ଚାଷୀଙ୍କ ବିଶ୍ବାସ ଭାଜନ ହେଉ ନାହାଁନ୍ତି । ନୂଆ କୃଷି ଆଇନରେ ଯାହା ଅଛି, ସଂସଦରେ ତାହା ଉପସ୍ଥାପନ ହେଉନାହିଁ।ସେମାନେ କେବଳ ଦେଖେଇ ହେଉଛନ୍ତି ଚାଷୀଙ୍କ ସାଙ୍ଗରେ ଅଛନ୍ତି ବୋଲି । ସେମାନେ ଢୋଙ୍ଗି ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।

ଚାଷୀଙ୍କ ସହ ରହିଛି ବୋଲି ବିଜେପି ଦେଖେଇ ହେଉଛି

ଏହାସହ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଟାର୍ଗେଟ ଠାରୁ ଅଧିକ ଧାନ ସଂଗ୍ରହ ହୋଇସାରିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୫୨ ଲକ୍ଷ ୬୩ ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇ ସାରିଲାଣି। ବର୍ତ୍ତମାନ ଦୈନିକ ପ୍ରାୟ ୫୦ ରୁ ୫୪ ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଉଛି । ତେଣୁ ମାସ ଶେଷ ସୁଦ୍ଧା ଗତ ବର୍ଷ ଅପେକ୍ଷା ଅଧିକ ଧାନ କିଣା ହେବା ଆଶା ବୋଲି ମନ୍ତ୍ରୀ କହିଛନ୍ତି ।

ନୂଆପଡ଼ା ଚାଷୀଙ୍କ ଟୋକନ ସମସ୍ୟା ସମ୍ପର୍କରେ ମତରଖି କହିଛନ୍ତି ଯେ, ଯେଉଁ ଚାଷୀ ପଞ୍ଜୀକରଣ କରିଛନ୍ତି ଆମେ ତାଙ୍କ ଧାନ ଉଠାଇବୁ । ଜିଲ୍ଲାପାଳମାନଙ୍କ ଦ୍ଵାରା ଟୋକନ ଭେରିଫିକେସନ୍ ହେବ। ନୂଆପଡ଼ା ସୀମାନ୍ତ ଜିଲ୍ଲା ହୋଇଥିବାରୁ ବେପାରୀମାନେ ଅନ୍ୟ ରାଜ୍ୟରୁ ଧାନ ଆଣି ଆମ ରାଜ୍ୟରେ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି । ଆମେ ପ୍ରକୃତ ଚାଷୀଙ୍କ ଧାନ ଉଠାଇବୁ, ଡମି ଚାଷୀଙ୍କର ନୁହେଁ । ତେଣୁ ସମସ୍ୟାର ସମାଧାନ ପାଇଁ ଜିଲାପାଳଙ୍କୁ ତର୍ଜମା ପାଇଁ କୁହାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details