ଓଡିଶା

odisha

ETV Bharat / city

ସରିନି କୋର୍ସ, ତାତିଲେ ରମାଦେବୀ ଛାତ୍ରୀ

ରମାଦେବୀ ବିଶ୍ବବିଦ୍ୟାଳୟରେ ଯୁକ୍ତ 2 ବର୍ଷର ଛାତ୍ରୀ ବିଶ୍ବବିଦ୍ୟାଳୟର ଫାଟକରେ ତାଲା ପକାଇ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି। ଅଧିକ ପଢନ୍ତୁ...

ସରିନି କୋର୍ସ, ତାତିଲେ ରମାଦେବୀ ଛାତ୍ରୀ
ସରିନି କୋର୍ସ, ତାତିଲେ ରମାଦେବୀ ଛାତ୍ରୀ

By

Published : Jan 21, 2020, 1:41 PM IST

Updated : Jan 21, 2020, 2:24 PM IST

ଭୁବନେଶ୍ବର: ବିଶ୍ବବିଦ୍ୟାଳୟରେ ଜଳିଲା ପରୀକ୍ଷାର ନିଆଁ । ରମାଦେବୀ ବିଶ୍ବବିଦ୍ୟାଳୟରେ ଯୁକ୍ତ 2 ବର୍ଷର ଛାତ୍ରୀ ବିଶ୍ବବିଦ୍ୟାଳୟର ଫାଟକରେ ତାଲା ପକାଇ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି। ବିଶ୍ବବିଦ୍ୟାଳୟର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଛାତ୍ରୀ।

ସରିନି କୋର୍ସ, ତାତିଲେ ରମାଦେବୀ ଛାତ୍ରୀ

ରମାଦେବୀ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ରାସ୍ତା ଅବରୋଧ କରିବା ସହ ଏହାକୁ ବିରୋଧ କରିଛନ୍ତି। ବର୍ଷକର ପାଠ୍ୟକ୍ରମ ସାରିନଥିବା ବେଳେ 15 ଦିନ ପୂର୍ବରୁ କିଭଳି ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଉଛି । ସେନେଇ ଛାତ୍ରୀ ଅଶାନ୍ତି ଦେଖାଦେଇଛି।

ଏହାକୁ ନେଇ ରମାଦେବୀ କଲେଜର ପ୍ରିନ୍ସିପାଲ କହିଛନ୍ତି ଯେ, ଏଥିରେ ଡରିବାର ନାହିଁ। ପରୀକ୍ଷାକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାସହ ପରୀକ୍ଷା ଫେବୃୟାରୀ ମାସରେ ନହୋଇ ମାର୍ଚ୍ଚ ମାସରେ ହେବା ନେଇ ସେ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jan 21, 2020, 2:24 PM IST

ABOUT THE AUTHOR

...view details