ଓଡିଶା

odisha

ETV Bharat / city

ରମାଦେବୀ ବିଶ୍ଵବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ - ସ୍କୁଲ ଓ ଗଣଶିକ୍ଷା ବିଭାଗ

ୟୁନିଟ-୯ ଗାର୍ଲସ ହାଇସ୍କୁଲକୁ ଯୁକ୍ତ ଦୁଇ ରମାଦେବୀ କଲେଜ ସ୍ଥାନାନ୍ତର ହେବ । ଏନେଇ ସୂଚନା ଦେଇଛନ୍ତି ରମାଦେବୀ କଲେଜର ଭିସି ପଦ୍ମଜା ମିଶ୍ର ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

By

Published : Aug 20, 2019, 3:00 PM IST

ଭୁବନେଶ୍ବର: ରମାଦେବୀ ବିଶ୍ଵବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ । ୟୁନିଟ-୯ ଗାର୍ଲସ ହାଇସ୍କୁଲକୁ ଯୁକ୍ତ ଦୁଇ ରମାଦେବୀ କଲେଜ ସ୍ଥାନାନ୍ତର ହେବ । ଏନେଇ ସୂଚନା ଦେଇଛନ୍ତି ରମାଦେବୀ କଲେଜର ଭିସି ପଦ୍ମଜା ମିଶ୍ର।

ଏଥିପାଇଁ ୟୁନିଟ-୯ ଗାର୍ଲସ ହାଇସ୍କୁଲକୁ ତିନି ଏକର ଜାଗା ଦିଆଯାଇଛି ବୋଲି ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି। ବିଲ୍ଡିଂ କାର୍ଯ୍ୟ ଶେଷ ହେବାକୁ ୩ରୁ ୪ବର୍ଷ ଲାଗିବ । ତେଣୁ ଯେପର୍ଯ୍ୟନ୍ତ ବିଲ୍ଡିଂ କାର୍ଯ୍ୟ ଶେଷ ହୋଇନାହିଁ ସେପର୍ଯ୍ୟନ୍ତ ରାମଦେବୀରେ ଶିକ୍ଷାଦାନ ଚାଲୁ ରହିବ ବୋଲି ରମାଦେବୀ କଲେଜର ଭିସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ତେବେ ଏନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତାକାଲି ଏସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗର ମିଳିତ ବୈଠକ ହେବ । ବୈଠକରେ ବିସ୍ତାର ଭାବେ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି।ସୂଚନା ଅନୁସାରେ, ରମାଦେବୀର ଦ୍ଵିତୀୟ କ୍ୟାମ୍ପସ ଉତ୍କଳ ବିଶ୍ଵବିଦ୍ୟାଳୟରେ ହେବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏନେଇ ଜୋରଦାର ବିରୋଧ ହେବାରୁ ତାହା ହୋଇପାରି ନଥିଲା।

ଭୁବନେଶ୍ବରରୁ ତପନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details