ଓଡିଶା

odisha

By

Published : Aug 3, 2020, 1:34 PM IST

ETV Bharat / city

କୋରୋନା କଟକଣା ସହ ରାଜଧାନୀରେ ପାଳନ ହେଲା ରାକ୍ଷୀ ପୂର୍ଣ୍ଣିମା

କୋରୋନା କଟକଣାରେ ଫିକା ପଡିନି ଭାଇ ଓ ଭଉଣୀର ସମ୍ପର୍କ । ରାଜଧାନୀରେ ପାଳନ ହେଲା ରାକ୍ଷୀ ପୂର୍ଣ୍ଣିମା । ଅଧିକ ପଢନ୍ତୁ...

raksha bandhan celebration in bhubaneswar
କୋରୋନା କଟକଣାରେ ରାଜଧାନୀରେ ପାଳନ ହେଲା ରାକ୍ଷୀ ପୂର୍ଣ୍ଣିମା

ଭୁବନେଶ୍ବର:ପବିତ୍ର ଗହ୍ମା ପୂର୍ଣ୍ଣିମା । ଏହାସହ ବଳଭଦ୍ର ମହାପ୍ରଭୁଙ୍କ ଜନ୍ମ ଉତ୍ସବ। ଭଉଣୀ ଟିଏ ଭାଇ ହାତରେ ରାକ୍ଷୀର ସୂତାଟିଏ ବାନ୍ଧିବା ସହିତ ତା ଠାରୁ ସାରା ଦିନ ନିଜ ପାଇଁ ସୁରକ୍ଷାର ଆଶା ରଖିଥାଏ। ତେବେ ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ଚାରିଆଡ଼େ କଟକଣା ଲଗାଯାଇଛି । କୋରୋନା ଯୋଗୁଁ ଭୁବନେଶ୍ବରରେ ରାକ୍ଷୀ ପୂର୍ଣ୍ଣିମା କିଛି ମାତ୍ରାରେ ଫିକା ପଡିଯାଇଛି ।

କୋରୋନା କଟକଣାରେ ରାଜଧାନୀରେ ପାଳନ ହେଲା ରାକ୍ଷୀ ପୂର୍ଣ୍ଣିମା

ରାକ୍ଷୀ ପୂର୍ଣ୍ଣିମାରେ, ବନ୍ଧୁ ଓ ପରିଜନ ମାନେ ଯିବା ଆସିବା ଲାଗି ରହିବା ସହ ଘରେ ଘରେ ପିଠା ପଣାର ଆସର ଜମିଥାଏ । ହେଲେ,ଏଥର ରାଜଧାନୀରେ ସେଭଳି ଉତ୍ସାହ ଦେଖିବାକୁ ମିଳି ନ ଥିଲା । ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କର ମଙ୍ଗଳକାମନା କରିଥିବା ଦେଖିବାକୁ ମିଳିଛି। ଅନେକ ବଜାରକୁ ରାକ୍ଷୀ କିଣିବାକୁ ନ ଯାଇ ଘରେ ରକ୍ଷୀ ତିଆରି କରି ଭାଇ ହାତରେ ବାନ୍ଧିଛନ୍ତି। ଆଉ କିଛି ଭଉଣୀମାନେ କୋରୋନା କଟକଣା ଯୋଗୁଁ ନିଜ ଭାଇମାନଙ୍କ ପାଖକୁ ରାକ୍ଷୀ ବାନ୍ଧିବାକୁ ଯାଇ ପାରି ନାହାଁନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details