ଭୁବନେଶ୍ବର: ଭାଇ ଭଉଣୀ ଅତୁଟ ସମ୍ପର୍କର ମିଠା ପର୍ବ ରାକ୍ଷୀ । ରାକ୍ଷୀଟିଏ ବାନ୍ଧିବା ପାଇଁ ଉତ୍ସାହର ସହ ଏହି ଦିନକୁ ଚାହିଁବସିଥାଏ ଭଉଣୀ । ଭାଇ ହାତରେ ରା କ୍ଷୀ ବାନ୍ଧି ସାରା ଜୀବନର ସୁରକ୍ଷା ମାଗିନେଇଥାଏ ଭଉଣୀ । ଆଉ ତା ସହ ଅନେକ ଉପହାର ବି। ତେବେ ସମୟ ବଦଳିବା ସହ ବଦଳିଛି ଟ୍ରେଣ୍ଡ । ଖାଲି ଭାଇ ନୁହେଁ ଏବେ ଭଉଣୀକୁ ବି ଭାଇ ପିନ୍ଧାଉଛି ରାକ୍ଷୀ । କାରଣ ପୁଅଙ୍କ ଠାରୁ ଝିଅ ବି କୌଣସି ଗୁଣରେ କମ ନୁହେଁ । ଆବଶ୍ୟକ ପଡିଲେ ନାରୀ, ନାରାୟଣୀ ସାଜି ବିଭିନ୍ନ ସଙ୍କଟରୁ ଉଦ୍ଧାର କରୁଛି ତା ଭାଇକୁ । ସ୍ନେହ, ଶ୍ରଦ୍ଧା,ତ୍ୟାଗ ଓ ବନ୍ଧୁତ୍ବର ସମିଶ୍ରଣ ହେଉଛି ଭାଇ-ଭଉଣୀର ଏହି ପବିତ୍ର ସମ୍ପର୍କ ।
ରାକ୍ଷୀ: ଭାଇ-ଭଉଣୀଙ୍କ ମିଠା କାହାଣୀ
ଭାଇ ହାତରେ ରାକ୍ଷୀ ବାନ୍ଧି ସାରା ଜୀବନର ସୁରକ୍ଷା ମାଗିନେଇଥାଏ ଭଉଣୀ । ଆଉ ତା ସହ ଅନେକ ଉପହାର ବି।
ରାକ୍ଷୀ: ଭାଇ-ଭଉଣୀଙ୍କ ମିଠା କାହାଣୀ
ଭଉଣୀଟିଏ ଭାଇର ଦୀର୍ଘାୟୁ କାମନା କରୁଥିବାବେଳେ ଭାଇ ବି ଭଉଣୀ ମୁହଁରେ ଚେନାଏ ହସ ଦେଖିବାକୁ ଭୁଲିଯାଏ ନିଜ ଖୁସି । ପୁରାଣ ଓ ଇତିହାସରେ ମଧ୍ୟ ରହିଛି ରାକ୍ଷୀର ଅନେକ ସୁନ୍ଦର କାହାଣୀ । ଶ୍ରୀମନ୍ଦିରରେ ମଧ୍ୟ ଶ୍ରୀଜିଉଙ୍କ ମାନବୀୟ ଲୀଳାଖେଳା । ମଣିଷ ପରି ଜଗତର ନାଥ ଜଗନ୍ନାଥ ମଧ୍ୟ ଭଉଣୀ ସୁଭଦ୍ରାଙ୍କ ଠାରୁ ବାନ୍ଧିଥାନ୍ତି ରାକ୍ଷୀ । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତ ଭାଇଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଇଟିଭି ଭାରତ ପରିବାପ ପକ୍ଷରୁ ଆପଣଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Aug 15, 2019, 6:00 PM IST