ନୂଆଦିଲ୍ଲୀ: ‘ହୋ’ ମୁଣ୍ଡାରୀ’ ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା ପାଇଁ ଆଜି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ଦାବି ଉପସ୍ଥାପନା କରିଛନ୍ତି । ଏକ ଧ୍ୟାନ ଆକର୍ଷଣକାରୀ ନୋଟିସ ଜରିଆରେ ସସ୍ମିତ ଏହି ଦାବି କରିଛନ୍ତି ।
Rajya Sabha: ହୋ, ମୁଣ୍ଡାରୀ ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଉ - ହୋ ମୁଣ୍ଡାରୀ ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଉ
‘ହୋ’ ମୁଣ୍ଡାରୀ’ ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା ପାଇଁ ଆଜି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ଦାବି ଉପସ୍ଥାପନା କରିଛନ୍ତି । ଏକ ଧ୍ୟାନ ଆକର୍ଷଣକାରୀ ନୋଟିସ ଜରିଆରେ ସସ୍ମିତ ଏହି ଦାବି କରିଛନ୍ତି । ଅଧିକ ପଢନ୍ତୁ

ଆଜି ରାଜ୍ୟସଭାରେ ଓଡିଆ ଭାଷାରେ ସସ୍ମିତ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଓଡିଶାର ଲକ୍ଷ ଲକ୍ଷ ଆଦିବାସୀ ଭାଇ ଭଉଣୀଙ୍କ ହୃଦୟର ଭାଷା ହେଉଛି ହୋ, ମୁଣ୍ଡାରୀ ଓ ଭୂମିଜ ଭାଷା । ତେଣୁ ତାଙ୍କର ଭାବାବେଗକୁ ସମ୍ମାନ ଜଣାଇ ସରକାର ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଏହି ଭାଷା ଗୁଡିକୁ ସାମିଲ କରନ୍ତୁ ।
ସସ୍ମିତ କହିଥିଲେ ପୂର୍ବରୁ ଭୁବନେଶ୍ବରରେ ଅନୁଷ୍ଠିତ 24 ତମ ଜୋନାଲ ପୂର୍ବାଞ୍ଚଳ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି 3 ଭାଷାକୁ ସାମିଲ କରିବାକୁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଦାବି କରିଛନ୍ତି । ତେଣୁ ମୁଁ ଦୃଢ ଦାବି କରୁଛି ଏହି 3 ଟି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ।