ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ ନେଇ ନାମାଙ୍କନ । 3ଟି ଆସନ ପାଇଁ ହେବ ନାମାଙ୍କନ ପ୍ରକ୍ରିୟା । ଅଙ୍କ ଗଣିତରେ ତିନୋଟି ଯାକ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ । ତେବେ କିଏ ଯିବ ରାଜ୍ୟସଭା ? ସେହି କାର୍ଡ ଖୋଲି ନାହାଁନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟସଭା ଯିବା ନେଇ ଲବି ତେଜିଲାଣି । ଦିଲ୍ଲୀ ଯିବାକୁ ଚାରି ଦିଗରୁ ମାଳମାଳ ଆଶାୟୀ ହାତ ଟେକିଲେଣି । ବିଜେଡି ସୁପ୍ରିମୋଙ୍କ ଉପରେ ସମସ୍ତଙ୍କ ନଜର । କାହାକୁ ରାଜ୍ୟସଭା ଟିକେଟ ମିଳିବ, ସେ ନେଇ ଚାଲିଛି କଳ୍ପନାଜଳ୍ପନା । ଚର୍ଚ୍ଚାରେ ଅନେକ ନେତାଙ୍କ ନାଁ ରହିଛି । କିନ୍ତୁ, ସବୁବେଳେ ସରପ୍ରାଇଜ କାର୍ଡ ଖେଳି ଚକମା ଦେବାରେ ମାହିର ନବୀନ କି ନିଷ୍ପତ୍ତି ନେବେ, କେହି ଠଉରାଇ ପାରୁନାହାନ୍ତି । ଆସନ୍ତା ଜୁଲାଇ 1 ତାରିଖରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନଭାସ୍କର ରାଓ, ଡକ୍ଟର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଛି ।
Rajya Sabha Election: ଆଜିଠୁ ନାମାଙ୍କନ, ସରପ୍ରାଇଜ କାର୍ଡ ଖେଳିପାରନ୍ତି ନବୀନ - ସରପ୍ରାଇଜ କାର୍ଡ ଖେଳିପାରନ୍ତି ନବୀନ
ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ ନେଇ ନାମାଙ୍କନ । 3 ଟି ଆସନ ପାଇଁ ହେବ ନାମାଙ୍କନ ପ୍ରକ୍ରିୟା । ଅଙ୍କ ଗଣିତରେ ତିନୋଟି ଯାକ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ । ତେବେ କିଏ ଯିବ ରାଜ୍ୟସଭା ? ସେହି କାର୍ଡ ଖୋଲି ନାହାଁନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ
ଆସନ୍ତାକାଲିଠୁ ରାଜ୍ୟସଭା ନାମାଙ୍କନ, ସରପ୍ରାଇଜ କାର୍ଡ ଖେଳିପାରନ୍ତି ନବୀନ
ଏହି 3 ଆସନ ପାଇଁ ଆସନ୍ତା ଜୁନ 10 ତାରିଖରେ ଭୋଟ ହେବ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ସେ କହିଛନ୍ତି ଯେ, "ସଠିକ ସମୟରେ ପ୍ରାର୍ଥୀ ଚୟନ ହେବା ସହ ନାମାଙ୍କନ ଭରିବେ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ସଠିକ ସମୟରେ ନିଷ୍ପତ୍ତି ନେବେ । ସର୍ବୋଚ୍ଚ ନେତା ଭାବେ ତାଙ୍କ ନିକଟରେ ପ୍ରାର୍ଥୀ ଚୟନ କ୍ଷମତା ରହିଛି । ପୂର୍ବରୁ ସଠିକ ସମୟରେ ନେଇଛନ୍ତି । ଚଳିତ ଥର ବି କିଛି ନେତାଙ୍କୁ ପରାମର୍ଶ କରି ନିଷ୍ପତ୍ତି ନେବେ ।"
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
Last Updated : May 24, 2022, 10:03 AM IST