ଓଡିଶା

odisha

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ନବୀନଙ୍କ ସହ କଥା ହେଲେ ନୀତିଶ

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ନବୀନଙ୍କ ସହ କଥା ହେଲେ ନୀତିଶ । ଅଧିକ ପଢନ୍ତୁ...

By

Published : Sep 10, 2020, 1:35 PM IST

Published : Sep 10, 2020, 1:35 PM IST

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ନବୀନଙ୍କ ସହ କଥା ହେଲେ ନୀତିଶ
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ନବୀନଙ୍କ ସହ କଥା ହେଲେ ନୀତିଶ

ଭୁବନେଶ୍ବର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଆରମ୍ଭ ହୋଇଛି କସରତ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଫୋନ ଯୋଗେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ କଥା ହୋଇଥିବା ସୂଚନା ମିଳିଛି ।

ତେବେ ଏନଡିଏ ପକ୍ଷରୁ ଜେଡିୟୁ ନେତା ହରିବଂଶ ନାରାୟଣ ସିଂହ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଅନ୍ୟପଟେ ବିରୋଧୀ ଦଳ ମଧ୍ୟ ଏକାଠୀ ପ୍ରାର୍ଥୀ ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବା ସୂଚନା ମିଳୁଛି । ଏପରିସ୍ଥିତିରେ ନବୀନଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ହେଲେ ଜେଡିୟୁରୁ ହରିବଂଶ ପ୍ରାର୍ଥୀ ହୋଇଥିବାରୁ ଉପାଧ୍ୟକ୍ଷ ପଦ ପାଇଁ ନବୀନଙ୍କ ସହିତ କଥା ହୋଇ ବିଜେଡିର ସମର୍ଥନ ନୀତିଶ ଲୋଡିଥିବା ଚର୍ଚ୍ଚା ହେଉଛି ।

ସୂଚନାଥାଉକି, ପୂର୍ବରୁ ମଧ୍ୟ ରାଜ୍ୟସଭା ଉପାଧ୍ୟକ୍ଷ ରହିଛନ୍ତି ହରିବଂଶ ନାରାୟଣ ସିଂହ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details