ଓଡିଶା

odisha

ETV Bharat / city

ବିପଦମୁକ୍ତ ହେଲା ପେଟ୍ରୋଲ ପମ୍ପ ଅଞ୍ଚଳ, ସୂଚନା ଦେଲେ ଅଗ୍ନିଶମ ଡିଜି - patrol pump is now safe

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ । ଟ୍ବିଟ୍ କରି ସୂଚନା ଦେଲେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ।

ବିପଦମୁକ୍ତ ହେଲା ପେଟ୍ରୋଲ ପମ୍ପ ଅଞ୍ଚଳ, ସୂଚନା ଦେଲେ ଅଗ୍ନିଶମ ଡିଜି
ବିପଦମୁକ୍ତ ହେଲା ପେଟ୍ରୋଲ ପମ୍ପ ଅଞ୍ଚଳ, ସୂଚନା ଦେଲେ ଅଗ୍ନିଶମ ଡିଜି

By

Published : Oct 8, 2020, 8:56 AM IST

ଭୁବନେଶ୍ବର: ବିପଦ ମୁକ୍ତ ହେଲା ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳ । ବାକି ଥିବା ସମସ୍ତ ଗ୍ୟାସକୁ କାଢି ନିଆଯାଇଛି । ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳ ବିପଦ ମୁକ୍ତ ରହିଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ।

ବିପଦମୁକ୍ତ ହେଲା ପେଟ୍ରୋଲ ପମ୍ପ ଅଞ୍ଚଳ, ସୂଚନା ଦେଲେ ଅଗ୍ନିଶମ ଡିଜି

ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଥିବା ସିଏନଜି ଟାଙ୍କି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ 8 ଜଣ ଆହତ ହୋଇଥିବା ବେଳେ 2 ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ଏଭଳି ବିସ୍ଫୋରଣରେ ଥରି ଉଠିଥିଲା ସମଗ୍ର ଭୁବନେଶ୍ବରରେ । ଚାରିଆଡେ ଖେଳି ଯାଇଥିଲା କୋକୁଆ ଭୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details