ଓଡିଶା

odisha

ETV Bharat / city

ଖୋଲିଲା ରାଜଭବନ ଉଦ୍ୟାନ, ପ୍ରଥମ ଦିନ ଲାଗିଲା ଭିଡ - rajbhavan open for public from today

ରବିବାର ଠାରୁ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

rajbhavan open
ଖୋଲିଲା ରାଜଭବନ ଉଦ୍ୟାନ, ପ୍ରଥମ ଦିନ ଲାଗିଲା ଭିଡ

By

Published : Jan 5, 2020, 9:24 PM IST

ଭୁବନେଶ୍ବର: ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ । ରବିବାର ଠାରୁ ସାଧାରଣ ଲୋକେ ଓ ଛାତ୍ରଛାତ୍ରୀ ରାଜଭବନ ବୁଲିବାର ମଜା ନେଇ ପାରିବେ । ରଙ୍ଗବେରଙ୍ଗର ଗୋଲାପ ଫୁଲ, ଫାଉଣ୍ଟେନ ସହ ଡିୟର ପାର୍କର ଦେଖିବାର ସୁଯୋଗ ପାଇବେ ଲୋକେ ।

ରବିବାର ଠାରୁ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ଉଦ୍ୟାନ । ଅପରାହ୍ନ 2ଟାରୁ ସନ୍ଧ୍ୟା 5ଟା ଯାଏଁ ସାଧାରଣ ଲୋକେ ରାଜଭବନ ଉଦ୍ୟାନ ବୁଲି ପାରିବେ । ଏହି ସମୟ ମଧ୍ୟରେ ଲୋକମାନେ ବିନା ଶୁଳ୍କରେ ଆସି ରାଜଭବନ ପରିସରରେ ବୁଲିବା ସହ ବିଭିନ୍ନ ପଶୁ ଦେଖିପାରିବେ । ଏଥିପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଥିବା କହିଛନ୍ତି ରାଜଭବନ ଦାୟିତ୍ବରେ ଥିବା ବସନ୍ତ କୁମାର ପାଢୀ ।

ଖୋଲିଲା ରାଜଭବନ ଉଦ୍ୟାନ, ପ୍ରଥମ ଦିନ ଲାଗିଲା ଭିଡ

ପ୍ରଥମ ଦିନରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ସାକ୍ଷାତ କରିଥିଲେ ରାଜ୍ୟପାଳ । ଏହି ଅବସରରେ ରାଜ୍ୟପାଳ କହିଛନ୍ତି, "ଆମ ବଗିଚାରେ ଫୁଟୁଥିବା ଫୁଲ ଚିରସ୍ଥାୟୀ ନୁହେଁ,କିନ୍ତୁ ଏହି ଛୋଟଛୋଟ ପିଲାମାନେ ହେଉଛନ୍ତି ଭାରତମାତାର ଫୁଲ ସଦୃଶ । ଏମାନେ ତାଙ୍କ ସୁଗନ୍ଧରେ ସାରା ଦୁନିଆକୁ ବିମୋହିତ କରିବେ । ତେଣୁ ମୁଁ ଏହି ଅବସରରେ ଏମାନଙ୍କୁ ସାକ୍ଷାତ କରିବାକୁ ଆସିଛି" ।

ଏପଟେ ପ୍ରଥମ ଦିନରୁ ରାଜଭବନ ଉଦ୍ୟାନରେ ଜମିଥିଲା ଲୋକଙ୍କ ଭିଡ । ଶହଶହ ଲୋକେ ଆସିଥିଲେ ଉଦ୍ୟାନ ବୁଲିବାକୁ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details