ଓଡିଶା

odisha

ETV Bharat / city

ରାଜ୍ୟରେ ରାଜସ୍ବ ରଥ ଆରମ୍ଭ - rajaswa ratha

ଶୁକୃଳି ତହସିଲ ଅଞ୍ଚଳରେ ରାଜସ୍ୱ ରଥ ଆରମ୍ଭ
ଶୁକୃଳି ତହସିଲ ଅଞ୍ଚଳରେ ରାଜସ୍ୱ ରଥ ଆରମ୍ଭ

By

Published : Jun 4, 2021, 8:14 PM IST

Updated : Jun 4, 2021, 9:17 PM IST

21:11 June 04

ପୁରୀ ତହସିଲ ପକ୍ଷରୁ ରାଜସ୍ବ ରଥର ଶୁଭାରମ୍ଭ

ପୁରୀ: ପୁରୀରେ ଜନସାଧାରଣଙ୍କୁ ସେମାନଙ୍କ ଘର ନିକଟରେ ଘରବାଡି ପଟ୍ଟା ଓ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ କରିବା ନିମନ୍ତେ ପୁରୀ ତହସିଲର ରାଜସ୍ବ ଅଞ୍ଚଳରେ ରାଜସ୍ବ ରଥର ଶୁଭାରମ୍ଭ ହୋଇଛି । କରୋନା ମହାମାରୀ ସମୟରେ ସଂପୃକ୍ତ ବ୍ୟକ୍ତି ବିଶେଷ ଅଫିସକୁ ନଆସି ପଟ୍ଟା ଓ ବିଭିନ୍ନ ପ୍ରମାଣ ପତ୍ର ସେମାନଙ୍କ ଘର ନିକଟରେ ପ୍ରଦାନ କରିବା ପାଇଁ ପୂର୍ବରୁ ସରକାର ଘୋଷଣା କରିଛନ୍ତି ।  

ଏହି କ୍ରମରେ ସଦର ତହସିଲର ୧୨ଟି ରାଜସ୍ବ ସର୍କଲରେ ଏହି ସେବା ପ୍ରଦାନ କରାଯିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ବିନୟ କୁମାର ଦାଶ, ସୁଭାଷ ଚନ୍ଦ୍ର ନାଥଶର୍ମା, ଉପ ଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର ରବିନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ଆଚାର୍ଯ୍ୟ, ପର୍ଶୁରାମ ମଲ୍ଲିକ, ସୁଶ୍ରୀ ସୌମ୍ୟା ଶତଭିଶା ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

20:27 June 04

ବ୍ରହ୍ମଗିରି ତହସିଲରୁ ଗଡ଼ିଲା ରାଜସ୍ବ ରଥ

ବ୍ରହ୍ମଗିରି ତହସିଲରୁ ଗଡ଼ିଲା ରାଜସ୍ବ ରଥ

ବ୍ରହ୍ମଗିରି: ବ୍ରହ୍ମଗିରିରେ ଲୋକଙ୍କ ସୁବିଧା ପାଇଁ ଗଡ଼ିଲା ରାଜସ୍ବ ରଥ। । ମହାମାରୀ କୋରୋନା ଦାଉରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଓଡିଶାରେ ଲକଡାଉନ ଏବଂ ସଟଡାଉନ ଘୋଷଣା କରିଛନ୍ତି । ଫଳରେ ମାସେରୁ ଊର୍ଦ୍ଧ୍ବ ଦିନ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି । ଲୋକମାନଙ୍କର ତହସିଲ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟରେ ଅସୁବିଧା ହେଉଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ସମସ୍ତ ତହସିଲ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ବ ରଥର ଶୁଭାରମ୍ଭ କରିଛନ୍ତି । 

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତହସିଲ କାର୍ଯ୍ୟାଳୟର ସମସ୍ତ ସେବା, ଗ୍ରାମ ଗ୍ରାମ ବୁଲି ଲୋକମାନଙ୍କ ଦୁଆର ମୁହଁରେ ଯୋଗାଇ ଦିଆଯିବ । ଫଳରେ ଶୁକ୍ରବାର ଦିନ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରାଜସ୍ବ ରଥକୁ ପତାକା ଦେଖାଇ ଶୁଭ ଉଦଘାଟନ କରାଯାଇଛି । ଏହି କଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ sdpo ଅଶୋକ କୁମାର ପହି, ବ୍ରହ୍ମଗିରି ଆଇଆଇସି, ବିଡିଓ ଏବଂ ତହସିଲଦାର ଓ ଅତିରିକ୍ତ ତହସିଲଦାର ପ୍ରଭୋଧ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ 

19:52 June 04

ବେଗୁନିଆ ଓ ବୋଲଗଡରେ ଗଡିଲା ରାଜସ୍ବ ରଥ

ବେଗୁନିଆ ଓ ବୋଲଗଡରେ ଗଡିଲା ରାଜସ୍ବ ରଥ

ଖୋର୍ଦ୍ଧା: ମହାମାରୀ ସମୟରେ ଲୋକଙ୍କ ପାଇଁ ରାଜସ୍ବ ବିଭାଗର ନିଆରା ପଦକ୍ଷେପ । କରୋନା ମହାମାରୀ ପାଇଁ କିଭଳି ଲୋକଙ୍କ ପାଖରେ ରାଜସ୍ବ ବିଭାଗ ପହଞ୍ଚି ସମସ୍ତ ସୁବିଧା ହାତ ପାହନ୍ତାରେ ପହଞ୍ଚାଇ ପାରିବ ଏହି ରାଜସ୍ବ ରଥର ମୁଖ୍ୟ ଉଦେଶ୍ୟ । ସେହିଭଳି ଆଜି ବେଗୁନିଆ ଓ ବୋଲଗଡ଼ ତହସିଲ କାର୍ଯ୍ୟାଳରେ ଏହି ରାଜସ୍ବହ ରଥକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ।  

ଏହି ରାଜସ୍ବ ରଥ ବର୍ତ୍ତମାନ ସମୟରେ ଲୋକଙ୍କ ଘର ପାଖରେ ରାଜସ୍ବ ସମ୍ବନ୍ଧୀୟ ସୁବିଧା ଯୋଗାଇବ । ଯାହାଦ୍ବାରା ଲୋକଙ୍କୁ ଆଉ ଅଯଥାରେ ତହସିଲ କାର୍ଯ୍ୟାଳୟକୁ ଆସିବାକୁ ପଡିବ ନାହିଁ ବୋଲି କହିଛନ୍ତି ଉପଜିଲ୍ଲାପାଳ । ତେବେ ଉଭୟ ତହସିଲ ପକ୍ଷରୁ ପ୍ରଥମ ଦିନରେ ବିଭିନ୍ନ ଗ୍ରାମର ହିତାଧିକାରୀମାନଙ୍କୁ ଜମିପଟ୍ଟା ସହ ସାର୍ଟିଫିକେଟ ବଣ୍ଟନ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

19:23 June 04

ଶୁକୃଳି ତହସିଲ ଅଞ୍ଚଳରେ ରାଜସ୍ୱ ରଥ ଆରମ୍ଭ

ଶୁକୃଳି ତହସିଲ ଅଞ୍ଚଳରେ ରାଜସ୍ୱ ରଥ ଆରମ୍ଭ

ରାଇରଙ୍ଗପୁର: ସମଗ୍ର ରାଜ୍ୟରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମ ସହିତ ଲକଡାଉନ ଏବଂ ସଟଡାଉନ ଘୋଷଣା କରିଛନ୍ତି । ଆବଶ୍ୟକତା ନଥିଲେ ଘରୁ ନବାହାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ଲକଡାଉନ ଏବଂ ସଟଡାଉନରେ ଲୋକେ ଘରୁ ବାହାରୁ ନଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ଏକ ନୂତନ ଯୋଜନା କାର୍ଯ୍ୟକାରୀ ହୋଇଛି । 

ଏହି ଯୋଜନାରେ ପ୍ରତ୍ୟେକ ତହସିଲ ଅଧୀନରେ ଥିବା ଲେକମାନଙ୍କ ଘରେ ଯାଇ ଜମି ପଟ୍ଟା ଓ ବିଭିନ୍ନ ପ୍ରକାର କାଗଜପତ୍ର ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ପ୍ରଥମ ଥର ପାଇଁ ଶୁକୃଳି ତହସିଲରେ ଆରମ୍ଭ ହୋଇଛି ରାଜସ୍ୱ ରଥ । ଏହି ରଥକୁ ଉଦଘାଟନ କରିଛନ୍ତି କରଞ୍ଜିଆ ଉପଜିଲ୍ଲାପାଳ ଡ଼. ରଜନୀକାନ୍ତ ବିଶ୍ୱାଳ । ଏହି ରଥ ପ୍ରତ୍ୟେକ ଗାଁ ଗାଁ ବୁଲି ତହସିଲ ଅଧୀନରେ ବାହାରୁଥିବା କାଗଜପତ୍ର ଗୁଡିକ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି କରଞ୍ଜିଆ ଉପଜିଲ୍ଲାପାଳ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Jun 4, 2021, 9:17 PM IST

ABOUT THE AUTHOR

...view details