ଓଡିଶା

odisha

ETV Bharat / city

ରାଜସ୍ଥାନ ସରକାରରେ ଅସ୍ଥିରତା; ଗଣତନ୍ତ୍ରର ସୁରକ୍ଷା ରାଜ୍ୟ କଂଗ୍ରେସର ବିକ୍ଷୋଭ - କଂଗ୍ରେସର ବିକ୍ଷୋଭ

ରାଜସ୍ଥାନ ସରକାରରେ ଅସ୍ଥିରତା ସୃଷ୍ଟି ହେବା ପରେ କଂଗ୍ରେସ ବିଜେପିକୁ ହିଁ ଦୋଷ ଦେଇଆସୁଛି । ଯେଉଁଠି ଯେଉଁଠି କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ହେଉଛି ଏବଂ ସରକାର ଭାଙ୍ଗୁଛି, ଯାହା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରୁଥିବା ଅଭିଯୋଗ ଆଣିଛି ପ୍ରଦେଶ କଂଗ୍ରେସ । ଏନେଇ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିଛି ରାଜ୍ୟ କଂଗ୍ରେସ । ଅଧିକ ପଢନ୍ତୁ..

ରାଜସ୍ଥାନ ସରକାରରେ ଅସ୍ଥିରତା; ଗଣତନ୍ତ୍ରର ସୁରକ୍ଷା ରାଜ୍ୟ କଂଗ୍ରେସର ବିକ୍ଷୋଭ
ରାଜସ୍ଥାନ ସରକାରରେ ଅସ୍ଥିରତା; ଗଣତନ୍ତ୍ରର ସୁରକ୍ଷା ରାଜ୍ୟ କଂଗ୍ରେସର ବିକ୍ଷୋଭ

By

Published : Jul 27, 2020, 4:48 PM IST

ଭୁବନେଶ୍ବର: କେନ୍ଦ୍ରର ବିଜେପି ସରକାର ବିରୋଧରେ ପ୍ରତିବାଦ ଜଣାଇ ରାଜ୍ୟ ରାଜଭବନ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛି ପ୍ରଦେଶ କଂଗ୍ରେସ । ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି ବିଜେପି ସରକାର । କ୍ରମାଗତ ଭାବରେ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରଙ୍କୁ ଅନୈତିକ ଉପାୟରେ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଛି। ଏହି ଅଭିଯୋଗ ନେଇ ରାଜ୍ୟ ପ୍ରଦେଶ କଂଗ୍ରେସ କର୍ମକର୍ତ୍ତା ମାନେ ରାଜଭବନ ସମ୍ମୁଖରରେ ବିକ୍ଷୋଭ କରିଛନ୍ତି ।

ରାଜସ୍ଥାନ ସରକାରରେ ଅସ୍ଥିରତା; ଗଣତନ୍ତ୍ରର ସୁରକ୍ଷା ରାଜ୍ୟ କଂଗ୍ରେସର ବିକ୍ଷୋଭ
ବିଜେପି ଅର୍ଥ ବଳ ଓ ବାହୁ ବଳ ଖଟାଇବା ସହ କେନ୍ଦ୍ରିୟ ପ୍ରଶାସନିକ ବ୍ୟବସ୍ଥାର ଦୁରୂପଯୋଗ କରି ବିଧାୟକ ମାନଙ୍କୁ ବହୁଳ ଅର୍ଥ ଏବଂ କ୍ଷମତା ଲୋଭଲରେ ବଶୀଭୂତ କରି ନିଜ ଆଡକୁ ନେବା ପାଇଁ ଉଦ୍ୟମ କରୁଛି । ଅତି ଚତୁରତାର ସହ ବିଜେପି ଦଳବଦଳ ଆଇନରୁ ବର୍ତ୍ତିବା ଯୋଗୁଁ ଭାରତ ବର୍ଷର ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପନ୍ନ ହୋଇଯାଇଛି । ଗତ କିଛିଦିନ ତଳେ ଅର୍ଥ ଓ ବାହୁବଳ ପ୍ରୟୋଗରେ ମୋଦି ଏବଂ ଶାହା ଙ୍କ ବିଜେପି ଗୋଆ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଲୋକଙ୍କ ଦ୍ୱାରା ନିର୍ବାଚିତ କଂଗ୍ରସ ସରକାରଙ୍କୁ ଭାଙ୍ଗିବାରେ ସକ୍ଷମ ହୋଇଥିଲେ ବୋଲି ଅଭିଯୋଗ ଆଣିଛି କଂଗ୍ରେସ।

ଦେଶରେ କୋରୋନା ମହାମାରୀ ଚାଲୁରହିଥିବା ବେଳେ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି କରିବା ମୋଦି ସରକାରଙ୍କର ପ୍ରାଥମିକତା ରହିଛି । ବିଜେପି ତଥା କେନ୍ଦ୍ର ସରକର ବଜାର ଏତାଦୃଶ ଆଚରଣର ପ୍ରତିବାଦ କରି ଏବଂ ଗଣତ୍ରନ୍ତ୍ର ସମ୍ବିଧାନର ସୁରକ୍ଷା ପାଇଁ ଓଡିଶା ପ୍ରଦେଶ କମିଟି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନୀ କରାଯାଇଥିଲା। ଏଥିରେ କଂଗ୍ରେସର ବିଧାୟକ ଓ ବରିଷ୍ଠ ନେତା ମାନେ ଅଂଶ ଗ୍ରହଣ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details