ଭୁବନେଶ୍ୱର: କୋଭିଡ ମହାମାରୀ କଟକଣାର ପରବର୍ତ୍ତୀ ସମୟରେ ରାଜଧାନୀରେ ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ମୁକ୍ତେଶ୍ଵର ନୃତ୍ୟ ମହୋତ୍ସବ ପରେ ଆରମ୍ଭ ହୋଇଛି ରାଜାରାଣୀ ସଙ୍ଗୀତ ଉତ୍ସବ। ଯାହାକୁ ଜନସାଧାରଣ ଓ କଳା ଅନୁରାଗି ସଂସ୍କୃତିପ୍ରେମୀମାନେ ମନଭରି ଉପଭୋଗ କରିଛନ୍ତି । ମଙ୍ଗଳବାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଓଡିଶୀ ସଙ୍ଗୀତକୁ ଉପଭୋଗ କରିଛନ୍ତି ଦର୍ଶକ ।
ଓଡିଶୀ ସଙ୍ଗୀତରେ ଖ୍ୟାତି ଅର୍ଜନ କରିଥିବା ଗୁରୁ ରାମହାରି ଦାସ ଓ ତାଙ୍କ ସାଥିଙ୍କ ସହିତ ମୁମ୍ବାଇର ବିଶିଷ୍ଟ ସୀତାର ବାଦକ ପଣ୍ଡିତ ପୂର୍ବାୟନ ଚାଟାର୍ଜୀ ତାଙ୍କର ସଙ୍ଗୀତ ପରିବେଷଣ କରିଥିଲେ। ଯାହାକୁ ଉପସ୍ଥିତ ଶ୍ରୋତାମାନେ ଖୁବ ପସନ୍ଦ କରିବା ସହ ଶୀତୁଆ ସନ୍ଧ୍ୟାର ଏହି ଆସରକୁ ମନଭରି ଉପଭୋଗ କରିଥିଲେ । ଆଜି (ବୁଧବାର) ଏହି ସଙ୍ଗୀତ ଉତ୍ସବର ଶେଷ ସନ୍ଧ୍ୟା ଥିବା ବେଳେ ରାଜରାଣୀ ମନ୍ଦିର ପ୍ରାଙ୍ଗଣରେ ଲୋକମାନଙ୍କ ଭିଡ଼ ଆହୁରି ଅଧିକ ହେବ ବୋଲି ଆଶା କରାଯାଇଛି ।