ଓଡିଶା

odisha

ETV Bharat / city

ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ନୂଆ ଭିତ୍ତିଭୂମି ଉଦଘାଟନ - inaugurates new infrastructure

ଭୁବନେଶ୍ୱର ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନୂଆକରି ନିର୍ମାଣ କରାଯାଇଥିବା ସାଇକେଲ ଓ ବାଇକ ଷ୍ଟାଣ୍ଡର ଲୋକାର୍ପଣ କରାଯାଇଛି । ଅଧିକ ପଢ଼ନ୍ତୁ

ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ନୂତନ ଭିତ୍ତିଭୂମିର ଉଦଘାଟନ
ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ନୂତନ ଭିତ୍ତିଭୂମିର ଉଦଘାଟନ

By

Published : Apr 10, 2022, 11:38 AM IST

ଭୁବନେଶ୍ୱର : ଭୁବନେଶ୍ୱର ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନୂଆକରି ନିର୍ମାଣ କରାଯାଇଥିବା ସାଇକେଲ ଓ ବାଇକ ଷ୍ଟାଣ୍ଡର ଲୋକାର୍ପଣ କରାଯାଇଛି । ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ଏହାକୁ ଉଦଘାଟନ କରିଛନ୍ତି । ସେହିପରି ମୋ କଲେଜ ଅଭିଯାନ ଅଧୀନରେ ରାଜା ମଧୁସୂଦନ ଦେବ କଲେଜ ପରିସରରେ ‘ଇ-ଲାଇବ୍ରେରୀ’ ନିର୍ମାଣ କରାଯାଉଛି । ବିଧାୟକ ସୁଶାନ୍ତ ରାଉତ ଏବଂ ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସନାୟକ ଏହି ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିବା ସହିତ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ନୂତନ ଭିତ୍ତିଭୂମିର ଉଦଘାଟନ

ଏହି ଇ-ଲାଇବ୍ରେରୀ କାର୍ଯ୍ୟକ୍ଷମ ହେବା ଫଳରେ ଛାତ୍ରଛାତ୍ରୀ ଇଣ୍ଟରନେଟ ବ୍ୟବହାର କରି ବିଭିନ୍ନ ଜ୍ଞାନ ଆହରଣ କରିପାରିବେ । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକ ଏବଂ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ବର୍ତ୍ତମାନର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, କଲେଜ ଅଧ୍ୟାପକ / ଅଧ୍ୟାପିକା, କର୍ମଚାରୀମାନଙ୍କୁ ମୋ କଲେଜ ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପରିକଳ୍ପନା ହେଉଛି ମୋ କଲେଜ ଅଭିଯାନ ।

ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ନୂତନ ଭିତ୍ତିଭୂମିର ଉଦଘାଟନ

ଏହି ଅଭିଯାନ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକର ପରିଚାଳନା ଢାଞ୍ଚାକୁ ବଦଳାଇ ଦେଇଛି । ଏହା ଅଧୀନରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ି ଏବେ ବିଭିନ୍ନ କଲେଜର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ତେଣୁ ସମସ୍ତେ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ । ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଜ୍ଞାନ ଭୂମି ରୂପେ ବିବେଚନା କରାଯାଇଥାଏ । ଛାତ୍ରଛାତ୍ରୀ ଏହିଠାରୁ ଜ୍ଞାନ ଆହରଣ କରି ନିଜ ସ୍ୱପ୍ନ ଓ କ୍ୟାରିଅରକୁ ନୂଆ ଉଚ୍ଚତାକୁ ନେବା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ପାଇଥାନ୍ତି । ତେଣୁ ଏହି ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜର ପ୍ରିୟ ଉଚ୍ଚଶିକ୍ଷାନୁଷ୍ଠାନ ସହ ଯୋଡ଼ିବା ଲାଗି ‘ମୋ କଲେଜ’ ଅଭିଯାନ ଏକ ସୁଯୋଗ ଆଣିଛି ବୋଲି କହିଛନ୍ତି ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ ।

ଏହି ଅବସରରେ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହାକୁ ‘ମୋ କଲେଜ’ ଅଧ୍ୟକ୍ଷ ଉଦଘାଟନ କରିବା ସହ ରକ୍ତଦାନ କରିଥିବା ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରୁ ମୋଟ୍ ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମରେ ଭୁବନେଶ୍ଵର ଉପ-ଜିଲ୍ଲାପାଳ ତଥା ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟର ପରିଚାଳନା ପରିଷଦର ଅଧ୍ୟକ୍ଷ ଦେବବ୍ରତ ସାହୁ, ମୋ କଲେଜ ପରିଚାଳନା ପରିଷଦର ସଦସ୍ୟ ତନ୍ମୟ ସ୍ଵାଇଁ, ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ ରାଉତ, ‘ମୋ କଲେଜ’ ସଂଯୋଜକ ଡକ୍ଟର ପ୍ରବୀଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details