ଓଡିଶା

odisha

By

Published : Jun 13, 2022, 10:56 PM IST

ETV Bharat / city

ପାନ୍ଥନିବାସରେ ରଜ ମହୋତ୍ସବ, ଧୁମଧାମରେ ପାଳନ ପାଇଁ ପର୍ଯ୍ୟଟନ ବିଭାଗର ପ୍ରସ୍ତୁତି

ମହାମାରୀ ପାଇଁ ପ୍ରଭାବିତ ହୋଇଥିବା ରଜ ମହୋତ୍ସବକୁ ଚଳିତ ବର୍ଷ ଧୁମଧାମରେ ପାଳନ କରିବା ପାଇଁ ଭୁବନେଶ୍ବର ପାନ୍ଥନିବାସରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ପାନ୍ଥନିବାସରେ ରଜ ମହୋତ୍ସବ, ଧୁମଧାମରେ ପାଳନ ପାଇଁ ପର୍ଯ୍ୟଟନ ବିଭାଗର ପ୍ରସ୍ତୁତି
ପାନ୍ଥନିବାସରେ ରଜ ମହୋତ୍ସବ, ଧୁମଧାମରେ ପାଳନ ପାଇଁ ପର୍ଯ୍ୟଟନ ବିଭାଗର ପ୍ରସ୍ତୁତି

ଭୁବନେଶ୍ବର: କୋରୋନା ପାଇଁ ଦୁଇ ବର୍ଷ ଧରି ପ୍ରଭାବିତ ହୋଇଥିଲା ରଜ ମହୋତ୍ସବ । ଏ ବର୍ଷ କଟକଣା ହଟିଥିବା ବେଳେ ଧୁମଧାମରେ ପାଳନ କରିବା ପାଇଁ ଅଣ୍ଟା ଭିଡ଼ିଛି ରାଜ୍ୟ ପର୍ଯ୍ୟଟନ ବିଭାଗ । OTDC ପକ୍ଷରୁ ଓଡ଼ିଶାର ଏହି ଗଣ ପର୍ବକୁ ପାଳନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ଭୁବନେଶ୍ବର ପାନ୍ଥନିବାସ ଠାରେ ରଜ ମହୋତ୍ସବ ଓ ପିଠା ଅନ-ହ୍ବିଲ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି ।

ପାନ୍ଥନିବାସରେ ରଜ ମହୋତ୍ସବ, ଧୁମଧାମରେ ପାଳନ ପାଇଁ ପର୍ଯ୍ୟଟନ ବିଭାଗର ପ୍ରସ୍ତୁତି

ଏଠାରେ ରଜ ଦୋଳି ଫୁଲରେ ସଜେଇ ହୋଇ ରହିଛି । ତା' ସହ ସଜବାଜ ଓ ସେଲଫି ଜୋନ ଆଉ ପାନର ସମ୍ଭାର ବେଶ ସୁନ୍ଦର କରୁଛି OTDCର ରଜ ମହୋତ୍ସବକୁ । ଏଣୁ କୁମାରୀ ଝିଅ ପରିବାର ଓ ସାଙ୍ଗ ମାନଙ୍କ ସହ ଆସି OTDCର ରଜର ମଜା ଉଠାଉଥିବା ବେଳେ ସେଲ୍ଫି ନେଇ ରଜକୁ ଆହୁରି ରଙ୍ଗୀନ କରୁଛନ୍ତି । ଆଉ କଂକ୍ରିଟ୍ ସହରର ଭିଡରେ ସବୁଜ ଭରା ରଜକୁ ଆସି ଉପଭୋଗ କରୁଛନ୍ତି ।

ଅନ୍ୟପଟେ ପୂର୍ବରୁ କେବଳ ଭୁବନେଶ୍ବର ଓ କଟକ ପାନ୍ଥନିବାସରେ ରଜ ପର୍ବ ପାଳନ କରାଯାଉଥିବା ବେଳେ ଏଥର ରାଜ୍ୟର ୧୮ ଟି ପାନ୍ଥନିବାସରେ ଏହାକୁ ଧୁମଧାମରେ ପାଳନ କରାଯିବ । ସେହିପରି ସହିଦନଗର ଦୁର୍ଗାପୂଜା ମଣ୍ଡପ ପଡିଆ, ରାଜ୍ୟ ସଂଗ୍ରହାଳୟ, କିଟ୍‌ ଛକରେ ଓଡ଼ିଆ ପିଠା ବିକ୍ରୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details