ଭୁବନେଶ୍ବର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବ୍ଲାଷ୍ଟ ଘଟଣା । ଭୟାନକ ଏହି ବିସ୍ଫୋରଣର ଶଦ୍ଦ ଶୁଭିଥିଲା ଦୂର ଦୂରକୁ, ଆଉ ସ୍ତବ୍ଧ ହୋଇଯାଇଥିଲା ରାଜଧାନୀ । ଘଟଣାରେ ଅନେକ ନିଖୋଜ ରହିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।
ସେହିପରି ବୁଧବାରର ଏହି ଦୁର୍ଘଟଣାରେ ଟାଙ୍କିରେ କାମ କରୁଥିବା ଡିପ୍ଲୋମା ଇଞ୍ଜିନିୟର ସୀମାଞ୍ଚଳ ପରିଡା ନିଖୋଜ ହୋଇଛନ୍ତି । ପରିବାର ତାଙ୍କୁ ଖୋଜିବାକୁ ଭୁବନେଶ୍ବରରେ ପହଞ୍ଚିଥିବା ବେଳେ ରାତିତମାମ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରୁ କଟକ ଏସସିବି ହସ୍ପିଟାଲ ବୁଲିଛନ୍ତି । ହେଲେ କୌଣସି ସ୍ଥାନରେ ସୀମାଞ୍ଚଳଙ୍କୁ ଖୋଜି ପାଇନାହାନ୍ତି ।
ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, ମିଳୁନି ନିଖୋଜଙ୍କ ପତ୍ତା ଏପଟେ ଘଟଣାସ୍ଥଳରୁ ସୀମାଞ୍ଚଳଙ୍କ ଏଟିଏମ ଓ କିଛି ଫଟୋ ମିଳିଛି । ଯାହା ତାଙ୍କର ବୋଲି ପରିବାର ଲୋକ ଚିହ୍ନଟ କରିଛନ୍ତି । ଏବେ କେବଳ ସୀମାଞ୍ଚଳଙ୍କୁ ଦେଖିବାର ଆଶା ରଖିଛନ୍ତି ପରିବାର ।
ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, ମିଳୁନି ନିଖୋଜଙ୍କ ପତ୍ତା ସୂଚନାନୁସାରେ, ରାଜଧାନୀ ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବୁଧବାର ଅପରାହ୍ନରେ ବିସ୍ଫୋରଣ ହୋଇଥିଲା । ତେବେ ଗ୍ୟାସ ଟାଙ୍କି ନିକଟରେ କାମ କରୁଥିବା କିଛି କର୍ମଚାରୀମାନଙ୍କ ମଧ୍ୟରୁ ଗଞ୍ଜାମର ସତ୍ୟ ନାୟକଙ୍କ କଟକ ମେଡିକାଲରେ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବରେ କଟକରେ ଚିକିତ୍ସା ହେଉଛନ୍ତି । କିନ୍ତୁ ବାକି କର୍ମଚାରୀ ଏବେ ବି ନିଖୋଜ ଅଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ