ଭୁବନେଶ୍ବର: ରାଜ୍ୟରେ ଆସନ୍ତାକାଲି(ଶନିବାର)ଠାରୁ ଦୁଇଦିନ ଜାରି ରହିବ ବର୍ଷା । ଝାଡଖଣ୍ଡ, ବିହାର, ଛତିଶଗଡ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ରାଜ୍ୟରେ ବର୍ଷାର ସମ୍ଭାବନା ଦେଖା ଦେବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ ।
ଶନିବାରଠୁ ପ୍ରବଳ ବର୍ଷିବ - odisha
ରାଜ୍ୟରେ ଆସନ୍ତାକାଲି(ଶନିବାର)ଠାରୁ ଦୁଇଦିନ ଜାରି ରହିବ ବର୍ଷା । ଏହାର ପ୍ରଭାବରେ କଳାହାଣ୍ଡି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ତେବେ ଏହାର ପ୍ରଭାବରେ କଳାହାଣ୍ଡି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ରାଜ୍ୟର ଅନ୍ୟ ଅଞ୍ଚଳରେ ପାଗ କୋହାଲା ରହିବା ସହ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ