ଭୁବନେଶ୍ବର: ତାତିରୁ ମିଳିଛି ତ୍ରାହି। ଅସହ୍ୟ ଗରମରୁ ଟିକେ ମୁକ୍ତି ପାଇଛନ୍ତି ରାଜ୍ୟବାସୀ। କାଳବୈଶାଖି ପ୍ରଭାବରେ ରାଜ୍ୟର ଆଜି ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ହୋଇଛି । ଦିନ ତମାମ ଗୁଳିଗୁଳି ପରେ ଟିକେ ଆଶ୍ବସ୍ତ ହୋଇଛନ୍ତି ରାଜ୍ୟବାସୀ ।
ତାତିରୁ ଆଶ୍ବସ୍ତି, ଅନେକ ସ୍ଥାନରେ ବର୍ଷା ଓ ପବନ - ବର୍ଷା ଓ ପବନ
ଅସହ୍ୟ ଖରା ପରେ ଏଥିରୁ ସାମାନ୍ୟ ମୁକ୍ତି ପାଇଛନ୍ତି ରାଜ୍ୟବାସୀ । ଆଜି କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ପବନ ହୋଇଛି।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ଓ ବୌଦ୍ଧ
କାଳବୈଶାଖୀ ପ୍ରଭାବରେ ରାଜଧାନୀ ଭୁବନେଶ୍ବର ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ଝଡବର୍ଷା ହୋଇଛି । ଯାହାଫଳରେ ଅସହ୍ୟ ତାତିରେ ସିଝୁଥିବା ଲୋକେ ଟିକେ ରାହା ପାଇଛନ୍ତି । ସେହିପରି ଶୁକ୍ରବାର ସନ୍ଧ୍ୟାରେ ମାତ୍ର କିଛି ସମୟ ବୌଦ୍ଧରେ ବର୍ଷା ହୋଇଥିଲା । ଦୀର୍ଘ ଦିନ ଥରି 45 ଡିଗ୍ରୀ ତାପମାତ୍ରାରେ ସିଝୁଥିବା ଲୋକେ ଟିକେ ତ୍ରାହି ପାଇଥିଲେ । ବର୍ଷା ସାଙ୍ଗକୁ ଥଣ୍ଡା ପବନ ଲୋକଙ୍କ ମନରେ ଏକ ପ୍ରକାର ଆନନ୍ଦ ଭରି ଦେଇଥିଲେ ।
ଭୁବନେଶ୍ବରରୁ ତାପସ ପରିଡା ଓ ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ