ଭୁବନେଶ୍ୱର: ଉତ୍ତର ପୂର୍ବ ବଙ୍ଗୋପସାଗର ସୃଷ୍ଟ ଲଘୁଚାପ ପ୍ରଭାବରେ ଭୁବନେଶ୍ୱର କଟକ ଟୁଇନ ସିଟିରେ ପ୍ରବଳ ବର୍ଷା ନେଇ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ମଧ୍ୟାହ୍ନ ପରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି।
କଟକ-ଭୁବନେଶ୍ବରରେ ପ୍ରବଳ ବର୍ଷା - ଟ୍ବିନ ସିଟି
ଟୁଇନ ସିଟିରେ ପ୍ରବଳ ବର୍ଷା ହେବା ନେଇ ୱାର୍ନିଙ୍ଗ।Body:
କଟକ-ଭୁବନେଶ୍ବରରେ ପ୍ରବଳ ବର୍ଷା
ସେହିପରି କଳା ଅନ୍ଧାର କରି ପ୍ରବଳ ବର୍ଷା ଜାରି ରହିଛି । ଭୁବନେଶ୍ୱର ଓ କଟକ ଦ୍ୱୈତ ନଗରୀରେ ପ୍ରବଳ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ରାସ୍ତା ଖସଡ଼ା ହେବ, ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିବା ସମ୍ଭାବନା ରହିଛି ବୋଲି ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ରେଡ଼ ଆଲର୍ଟ ଜାରି କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ