ଭୁବନେଶ୍ବର: ଦକ୍ଷିଣ ଛତିଶଗଡ଼ ପାର୍ଶ୍ଵବର୍ତ୍ତୀ ବିଦର୍ଭ ଅଞ୍ଚଳରେ ଥିବା ଅବପାତ ଦୁର୍ବଳ ହୋଇଛି । ଏହା ବର୍ତ୍ତମାନ ଏକ ୱେଲମାର୍କ ଲଘୁଚାପରେ ପରିଣତ ହୋଇ ଦକ୍ଷିଣ ପୂର୍ବ ଓ ନିକଟବର୍ତ୍ତୀ ଅଞ୍ଚଳରେ ରହିଛି । ଆଗାମୀ ୪୮ ଘଣ୍ଟାରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ମଧ୍ୟପ୍ରଦେଶ ଉପକୂଳ ଅତିକ୍ରମ କରି ଆହୁରି ଦୁର୍ବଳ ହେବ । (rainfall to increase in Odisha)ଏହାର ପ୍ରଭାବରେ ରାଜ୍ୟରେ ଆଂଶିକ ମାତ୍ରାରେ ବର୍ଷା କମିଛି ।
ଏହାକୁ ନେଇ ଆଞ୍ଚିଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ୍ ବିଶ୍ବାସ କହିଛନ୍ତି, "ରାଜ୍ୟରେ ଏବେ ବି ମୌସୁମୀ ବାୟୁ ସକ୍ରିୟ ରହିଛି । ଫଳରେ ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣରଣର ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିବ । ମୁଖ୍ୟତଃ ସୁନ୍ଦରଗଡ଼, ଦେଓଗଡ଼, ଝାରସୁଗୁଡ଼ା, ପୁରୀ ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ଅଧିକ ହୋଇପାରେ ।"