ଓଡିଶା

odisha

ETV Bharat / city

ୟସ ପ୍ରଭାବରେ ଶିମିଳିପାଳ ଅଭୟାରଣ୍ୟରେ ବର୍ଷା

ବାତ୍ୟା ୟସ ଯୋଗୁଁ ଶିମିଳିପାଳରେ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ଅଭୟାରଣ୍ୟରେ ମଧ୍ୟ କିଛି ଗଛ ଭାଙ୍ଗି ପଡିଥିବା ବନବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ୟସ ପ୍ରଭାବରେ ଶିମିଳିପାଳ ଅଭୟାରଣ୍ୟରେ ବର୍ଷା
ୟସ ପ୍ରଭାବରେ ଶିମିଳିପାଳ ଅଭୟାରଣ୍ୟରେ ବର୍ଷା

By

Published : May 26, 2021, 10:34 PM IST

ରାଇରଙ୍ଗପୁର: ବାତ୍ୟା ୟସର ଲ୍ୟାଣ୍ଡଫଲ ପ୍ରକିୟା ପରେ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ପବନର ବେଗ ମଧ୍ୟ ବଢ଼ିବାରେ ଲାଗିଛି । ତେବେ ବାତ୍ୟା ପ୍ରଭାବରେ ଜିଲ୍ଲାର କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିମି ବର୍ଷା ହୋଇଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର ଭଞ୍ଜବସାରେ ୩୦୦.୪୮୨ ମିମି, ବରେଇପାଣିରେ ୨୦୨.୯୬୬ ମିମି, ଉତ୍ତର ନଅଣା ରେ ୨୦୩ ମିମି ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି ।

ୟସ ପ୍ରଭାବରେ ଶିମିଳିପାଳ ଅଭୟାରଣ୍ୟରେ ବର୍ଷା

ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା କୁସୁମୀ ବ୍ଲକ ରେ ବର୍ତ୍ତମାନ ବି ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ତେବେ କୁସୁମୀ ବ୍ଲକରେ ଥିବା ୪୮ ଟି ବାତ୍ୟା ଆଶ୍ରୟସ୍ଥଳୀ କେନ୍ଦ୍ରରେ ମୋଟ ୧୨୯୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । କୁସୁମୀ ବ୍ଲକ ବିଡ଼ିଓ ବାତ୍ୟା ପରିସ୍ଥିତି ଉପରେ ନଜର ରଖିବା ସହିତ ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ ଦେଇଛନ୍ତି । ସେପଟେ କୁସୁମୀ ବ୍ଲକର ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ଗଛ ଭାଙ୍ଗି ପଡିଥିବା ନେଇ ସୂଚନା ମିଳିଛି ।

ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ କିଛି ଗଛ ଭାଙ୍ଗି ପଡିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ବ୍ଲକ ପ୍ରଶାସନ ସହିତ ବନବିଭାଗ, ବିଦ୍ୟୁତ୍ ବିଭାଗ ସଜାଗ ଥିବା ଖବର ହସ୍ତଗତ ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details