ଭୁବନେଶ୍ବର:ସମଗ୍ର ରାଜ୍ୟରେ ତାପମାତ୍ରା କମିଛି । ଫଳରେ ସାଧାରଣରେ ଲୋକଙ୍କୁ ସାମୟିକ ଆଶ୍ବସ୍ଥି ମିଳିଛି । ତେବେ କାଳବୈଶାଖୀ ଲାଗି ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ କାଳବୈଶାଖୀ ବର୍ଷା ପ୍ରଭାବରେ ତାତି ହ୍ରାସ ପାଇଛି । ଆସନ୍ତା ୨୪ ଘଣ୍ଟା ମଙ୍ଗଳବାର ମଧ୍ୟରେ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଏବଂ କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ଝଡ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା ପୁଣି ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।