ଭୁବନେଶ୍ୱର: ମାଡି ଆସୁଛି ବର୍ଷା ସହ ଘଡଘଡି। ଆସନ୍ତା ଫେବୃଆରୀ 15 ଓ 16 ତାରିଖରେ ବର୍ଷା ସହ ଘଡଘଡି ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।
ମାଡି ଆସୁଛି ବର୍ଷା ସହ ଘଡଘଡି, 10 ଜିଲ୍ଲାକୁ ସତର୍କ ସୂଚନା - alert
ଫେବୃଆରୀ 15 ଓ 16 ତାରିଖରେ ବର୍ଷା ସହ ଘଡଘଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ରାଜ୍ୟର 10ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି।
![ମାଡି ଆସୁଛି ବର୍ଷା ସହ ଘଡଘଡି, 10 ଜିଲ୍ଲାକୁ ସତର୍କ ସୂଚନା](https://etvbharatimages.akamaized.net/etvbharat/images/768-512-2444711-371-9ce35019-446f-4cdf-8963-7e28b5079717.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଫେବୃଆରୀ 15ରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ, କେନ୍ଦୁଝର, ବରଗଡ, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି 16ରେ ଉତ୍ତର ଓଡିଶା ସହ ଦକ୍ଷିଣ ଓଡ଼ିଶାରେ ମଧ୍ୟ ସାମାନ୍ୟ ବର୍ଷା ସହ ଘଡ଼ଘଡିର ହେବାର ସୂଚନା ମିଳିଛି।
ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ