ଭୁବନେଶ୍ବର: ଆସନ୍ତା ୨୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଅଞ୍ଚଳରେ ପାଗ ଶୁଖିଲା ରହିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ରାତିରେ ତାପମାତ୍ରା ସ୍ବଭାବିକ ଠାରୁ କମ ରହିଛି ।
ଏହଆକୁ ଦେଖିଲେ ଆସନ୍ତା ଦୁଇଦିନ ପାଗ ଶୁଖିଲା ରହିବ । ତେବେ ୨୩ ତାରିଖରୁ ରାଜ୍ୟରେ ୩ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଉତ୍ତର-ପଶ୍ଚିମରେ ବର୍ଷା ହେବ । ଖାସକରି କେନ୍ଦୁଝର,ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ମୟୁରଭଞ୍ଜ ଏବଂ ଦେବଗଡ଼ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।