ଭୁବନେଶ୍ବର:ରାଜ୍ୟବ୍ୟାପୀ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଉପକୂଳ ସହ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ତାପମାତ୍ରା 3 ରୁ 4 ଡିଗ୍ରୀ ବଢିଛି । ଆସନ୍ତା 5 ଦିନ ପର୍ଯ୍ୟନ୍ତ ତାପାମାତ୍ରାରେ ବୃଦ୍ଧି ଘଟିବ । ସେପଟେ ଆସନ୍ତା 24 ଘଣ୍ଟା ବା ବୁଧବାର ମଧ୍ୟରେ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡଘଡି ସହ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା - rain probability
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡଘଡି ସହ ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ...
![ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା](https://etvbharatimages.akamaized.net/etvbharat/prod-images/768-512-10843476-thumbnail-3x2-rain.jpg)
ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା
ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା
ସେହିପରି ଅନ୍ୟ ଜିଲ୍ଲାଗୁଡିକରେ ପାଗ ଶୁଖିଲା ରହିବ । କଟକ, ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲାରେ ସ୍ବଳ୍ପ କୁହୁଡି ଦେଖାଦେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ବାରିପଦା ଓ ତାଳଚେରରେ ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବରରେ 39.0 ଡିଗ୍ରୀ ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ