ଭୁବନେଶ୍ବର: ଏଥର ସମୟରେ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଚଳିତ ବର୍ଷ ସଠିକ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ସଂକେତ ଦେଖାଦେଇଛି । ମଇ ୩୧ରେ କେରଳ ଛୁଇଁବାର ସମ୍ଭାବନା ଦେଖାଦେଇଛି ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ବାତ୍ୟା ୟାସ କ୍ରମଶଃ ଦୁର୍ବଳ ହୋଇ ଝାରଖଣ୍ଡ ଅଭିମୁଖେ ଚାଲି ଯାଇଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡା, ଦେବଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ପବନର ବେଗ ୪୦ ରୁ ୫୦ କି.ମି ରହିବ । ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।