ଭୁବନେଶ୍ବର: ପ୍ରବଳ ଗୁଳୁଗୁଳିରୁ ରାଜଧାନୀବାସୀଙ୍କୁ ମିଳିଛି ତ୍ରାହି । ଆଜି ବର୍ଷା ହେବା ଫଳରେ ସହରର ତାପମାତ୍ରା କମିଯାଇଛି । ରାଜଧାନୀରେ ଆଜି ଲଗାତାର ବର୍ଷା ହେଉଥିବା ଦେଖିବାକୁ ମିଳିଛି ।
ରାଜଧାନୀରେ ବର୍ଷା, ଜନଜୀବନ ଆଶ୍ୱସ୍ତ - ରାଜଧାନୀରେ ବର୍ଷା
ରାଜଧାନୀରେ ବର୍ଷା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଆଣି ଦେଇଛି । ଏହି ମୌସୁମୀ ବର୍ଷା ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ରାଜ୍ୟରେ ମୌସୁମୀ ସକ୍ରିୟ କାରଣରୁ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ମରୁଡି ଆଶଙ୍କା ଦେଖାଯାଇଥିବାବେଳେ ଏହି ବର୍ଷା ଚାଷୀଙ୍କୁ ସାମାନ୍ୟ ଆଶ୍ବାସନା ଆଣି ଦେଇଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ