ଓଡିଶା

odisha

ETV Bharat / city

'ଭଦ୍ରକ ଓ ବାଲେଶ୍ବରରେ ଆହୁରି ବର୍ଷିବା ସମ୍ଭାବନା'

ଭଦ୍ରକ ଓ ବାଲେଶ୍ବରରେ ଆହୁରି ବର୍ଷିବା ସମ୍ଭାବନା । କେନ୍ଦ୍ରାପଡାରେ ୧୩୬ ମିଲିମିଟର ଓ ତିର୍ତ୍ତୋଲରେ ୧୦୦ ମିଲିମିଟର ବର୍ଷା ରେର୍କଡ ହୋଇଛି ।

ଭଦ୍ରକ ଓ ବାଲେଶ୍ବରରେ ଆହୁରି ବର୍ଷିବା ସମ୍ଭାବନା

By

Published : Nov 9, 2019, 2:50 PM IST

ଭୁବନେଶ୍ବର: ପାରାଦ୍ବୀପ ଠାରୁ ବାତ୍ୟା 'ବୁଲବୁଲ' 95 କିମି ଦୂରରେ ରହିଛି । 13 କିମି ବେଗରେ ମାଡି ଆସୁଛି 'ବୁଲବୁଲ' । ଏହାର ପ୍ରଭାବରେ ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ହେବ । ଗତକାଲିରୁ ଆରମ୍ଭ ହୋଇଥିବା ଏହି ବର୍ଷା ମୁଖ୍ୟତଃ 3ଟି ବ୍ଲକରେ 100ମିଲିମିଟରରୁ ଅଧିକ ବର୍ଷା ହୋଇଛି । ରାଜନଗରରେ 180, ଚାନ୍ଦବାଲିରେ 150 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କେନ୍ଦ୍ରାପଡାରେ ୧୩୬ ମିଲିମିଟର, ତିର୍ତ୍ତୋଲରେ ୧୦୦ ମିଲିମିଟର ବର୍ଷା ରେର୍କଡ ହୋଇଛି । ସନ୍ଧ୍ୟା କିମ୍ବା ରାତି ୧୦ ସୁଦ୍ଧା ପଶ୍ଚିମବଙ୍ଗ ଓ ବାଲାଂଦେଶ ଆଡକୁ ଗତି କରିବ । ଏହାସହ ଭଦ୍ରକ ବାଲେଶ୍ବର ଓ କେନ୍ଦ୍ରାପଡାରେ ଅନେକ ଗଛ ଉପୁଡିଥିବା ସୂଚନା ଦେଇଛନ୍ତି ଏସଆରସି । ଏନଡିଆରଏଫ ଓ ଓଡ୍ରାଫ ଗଛ କାଟି ରାସ୍ତା ସଫେଇ କାମରେ ନିୟୋଜିତ ହୋଇଛନ୍ତି । ଅଳ୍ପ କେତେକ ସ୍ଥାନରେ ଘର ଭାଙ୍ଗିଛି । ୨ହଜାର ୫୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ଅନ୍ୟପଟେ, ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇନାହିଁ । ଭଦ୍ରକ ଜିଲ୍ଲାର ଗୋଟିଏ ଡଙ୍ଗା ବୁଡିଥିବା ଖବର ମିଳିଥିବାବେଳେ ସମସ୍ତ ୯ଜଣ ସୁରକ୍ଷିତ ରହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ କୃଷି ଉପରେ ପ୍ରଭାବ ପଡିଥିବା ନେଇ କୃଷି ଅଧିକାରୀମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି । ସେହିପରି ଅନ୍ୟ ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣଧୀନ ରହିଛି ।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details