ଓଡିଶା

odisha

ETV Bharat / city

ତାତିରୁ ମିଳିଲା ଆଶ୍ବସ୍ତି, ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା - summer

ରାଜ୍ୟର ସମସ୍ତ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ତଳେ ରହିଥିବା ସୂଚନା ଦେଇଛନ୍ତି ପଣିପାଗ ବିଶେଷଜ୍ଞ । ରାଜ୍ୟର ଅନେକ ଜିଲ୍ଲାରେ କୁଆପଥର ବର୍ଷା ହୋଇଛି । ଏହିଭଳି ମେଘୁଆ ପଣିପାଗ ଆଗକୁ କିଛି ଦିନ ଜାରି ରହିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Apr 20, 2019, 2:55 PM IST

ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟରେ ବଢିଚାଲିଛି ତାତି । ତେବେ ଆଜି ରାଜ୍ୟବାସୀ ଏହି ତାତିରୁ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି । ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ସହ କୁଆପଥର ମାଡ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଶନିବାର ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ସହ କୁଆପଥର ବର୍ଷା ହୋଇଛି । ଅନ୍ୟପଟେ ରାଜ୍ୟର ସମସ୍ତ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ତଳେ ରହିଥିବା ସୂଚନା ଦେଇଛନ୍ତି ପଣିପାଗ ବିଶେଷଜ୍ଞ । ସର୍ବାଧିକ ତାପମାତ୍ରା 38.8 ମାଲକାନଗିରିରେ ରେକର୍ଡ ହୋଇଥିବା ବେଳେ ରାଜଧାନୀରେ 37 ଡ଼ିଗ୍ରୀ ତାପମାତ୍ରା ରହିଛି ।

ଏହିଭଳି ମେଘୁଆ ପଣିପାଗ ଆଗକୁ କିଛି ଦିନ ଜାରି ରହିବ ବୋଲି ଆଞ୍ଚଳିକ ପଣିପାଗ କେନ୍ଦ୍ରରୁ ସୂଚନା ମିଳିଛି । ଦାରିଙ୍ଗବାଡିରରେ ସର୍ବାଧିକ ବର୍ଷା 19.9 ମିଲିମିଟର, ସୁନ୍ଦରଗଡ଼ରେ 5 ମିଲିମିଟର, କେନ୍ଦୁଝରରେ 1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାମାନଙ୍କରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗକୁ ସୂଚନା ରହିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details