ଓଡିଶା

odisha

ETV Bharat / city

Weather Update: ଆଜିଠୁ 2 ଦିନ ପୁଣି ଭିଜିବ ଓଡିଶା - odisha Weather Update

ରାଜ୍ୟରେ ଆଜିଠୁ ଦୁଇଦିନ ବର୍ଷା ସମ୍ଭାବନା । ଉତ୍ତର ଉପକୂଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅଧିକ ପଢ଼ନ୍ତୁ

rain alert by bhubaneswar meteorological department
ଆଜିଠୁ ଦୁଇଦିନ ରାଜ୍ୟରେ ବର୍ଷା

By

Published : Feb 19, 2022, 7:21 AM IST

ଭୁବନେଶ୍ବର:ରାଜ୍ୟରେ ଆଜିଠୁ ଦୁଇଦିନ ବର୍ଷା ସମ୍ଭାବନା । ଉତ୍ତର ଉପକୂଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାନେଇ ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ,ଢେଙ୍କାନାଳ,ଅନୁଗୁଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ପାଉଛି ଏବଂ କେତେକ ସ୍ଥାନରେ ରାତ୍ରି ତାପମାତ୍ରା ହ୍ରାସ ମଧ୍ୟ ପାଉଛି । ଦାରିଙ୍ଗବାଡ଼ି ଓ କୋରାପୁଟରେ ରାତ୍ରି ତାପମାତ୍ରା ବୃଦ୍ଧି ହୋଇ 13 ଡିଗ୍ରୀରେ ପହଞ୍ଚିଲାଣି । ସେହିପରି ଗୋପାଳପୁରରେ ସର୍ବନିମ୍ନ ତାପମାତ୍ରା 21.4 ଡିଗ୍ରୀ, ପୁରୀରେ 20.6, ନୟାଗଡ଼ରେ 19.5, ପାରାଦୀପରେ 19.2, ଛତ୍ରପୁର ଓ ଟିଟିଲାଗଡ଼ରେ 18 ଡିଗ୍ରୀ ରହିଥିବା ସୂଚନା ମିଳିଛି ।

ତେବେ ଆସନ୍ତା 3ଦିନ ଯାଏ ରାତ୍ରି ତାପମାତ୍ରା ଅପରିବର୍ତ୍ତିତ ରହିବ। ଏବଂ ଦୁଇଦିନ ପରେ ସର୍ବନିମ୍ନ ତାପମାତ୍ରା 2ରୁ 3 ଡିଗ୍ରୀ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details