ଭୁବନେଶ୍ବର: ରାଜଧାନୀ ରେଳଷ୍ଟେସନରେ ଆତଙ୍କରାଜ ସାଙ୍ଗକୁ ଭଙ୍ଗାରୁଜା ଓ ଠେଲାପେଲା । ଦୀର୍ଘ ସମୟ ଧରି ହନ୍ତସନ୍ତ ହେଲେ ରେଳ ଯାତ୍ରୀ । ରାତି ଅଧରେ ଭୁବନେଶ୍ବର ରେଳ ଷ୍ଟେସନରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ରିଜର୍ଭେସନ ସିଟରେ ଜେନେରାଲ ଟିକେଟଧାରୀ ପଶିଯିବା ଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।
ରାତି ପ୍ରାୟ ୧୨ ଟା ବେଳକୁ ପରିସ୍ଥିତି ନିୟନ୍ତ୍ରଣ ବାହାରେ । ରାତି ୧୧ଟା ରେ ଭୁବନେଶ୍ବରରୁ ଛାଡିବାକୁ ଥିବା ପୁରୀ-ଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ଭୟଙ୍କର ପରିସ୍ଥିତି ଉପୁଜିଥିଲା । ଟିକେଟ କାଟିଥିବା ଯାତ୍ରୀଙ୍କ ପାଇଁ ସିଟ ନାହିଁ । ରିଜର୍ଭବେସନ ସିଟରେ ଜେନେରାଲ ଟିକେଟଧାରୀ । ଯାହାକୁ ନେଇ ଜିଆରପି ଓ ରେଳ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହା ପରେ ଦୀର୍ଘ ଏକ ଘଣ୍ଟା ଯାଏଁ ଅଟକିଥିଲା ଟ୍ରେନ ।