ଓଡିଶା

odisha

ଓଡ଼ିଶାରେ ଚାଲୁ ରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କଲେ କେନ୍ଦ୍ର ରେଳମନ୍ତ୍ରୀ

By

Published : Aug 23, 2021, 9:20 PM IST

ଓଡିଶା ପରିଦର୍ଶନ ସମାପ୍ତ କରି ନୂଆଦିଲ୍ଲୀ ଯିବା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ସହିତ ଭୁବନେଶ୍ୱର ଠାରେ ସମୀକ୍ଷା କରିବା ଅବସରରେ ବନ୍ଦର ଏବଂ ଶିଳ୍ପସଂସ୍ଥା ଗୁଡିକୁ ରେଳ ସଂଯୋଗ ସମ୍ବନ୍ଧରେ ମଧ୍ୟ ତର୍ଜମା କରିଛନ୍ତି। ଅଧିକ ପଢନ୍ତୁ...

ଓଡ଼ିଶାରେ ଚାଲୁ ରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କଲେ କେନ୍ଦ୍ର ରେଳମନ୍ତ୍ରୀ
ଓଡ଼ିଶାରେ ଚାଲୁ ରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କଲେ କେନ୍ଦ୍ର ରେଳମନ୍ତ୍ରୀ

ଭୁବନେଶ୍ବର: ଓଡିଶା ପରିଦର୍ଶନ ସମାପ୍ତ କରି ନୂଆଦିଲ୍ଲୀ ଯିବା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ସହିତ ଆଜି(ସୋମବାର) ଭୁବନେଶ୍ୱର ଠାରେ ସମୀକ୍ଷା କରିବା ଅବସରରେ ବନ୍ଦର ଏବଂ ଶିଳ୍ପସଂସ୍ଥା ଗୁଡିକୁ ରେଳ ସଂଯୋଗ ସମ୍ବନ୍ଧରେ ମଧ୍ୟ ତର୍ଜମା କରିଛନ୍ତି ।

ଓଡ଼ିଶାରେ ଚାଲୁ ରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କଲେ କେନ୍ଦ୍ର ରେଳମନ୍ତ୍ରୀ
ବଲାଙ୍ଗୀର ଏବଂ ଭବାନୀପାଟଣା ଗସ୍ତ ସମୟରେ ରେଳମନ୍ତ୍ରୀ ରେଳ ଅଧିକାରୀଙ୍କ ସହ ପ୍ରକଳ୍ପ ଗୁଡିକର ସମୀକ୍ଷା କରି କହିଛନ୍ତି ଯେ, ରାଜ୍ୟରେ ଚାଲିଥିବା ରେଳ ପ୍ରକଳ୍ପକୁ ଶୀଘ୍ର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାଥମିକତା ଦିଆଯାଉଛି । ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପାଇଁ କାର୍ଯ୍ୟ ଉଭୟ ପାର୍ଶ୍ୱରୁ ନିର୍ମାଣ କରାଯାଉଛି ଯାହାକି, ଦ୍ରୁତ ଗତିରେ ନିର୍ମାଣ ହୋଇ ଶୀଘ୍ର ସମାପ୍ତ ହୋଇପାରିବ ।
ଓଡ଼ିଶାରେ ଚାଲୁ ରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କଲେ କେନ୍ଦ୍ର ରେଳମନ୍ତ୍ରୀ

ବିଛୁପାଲ୍ଲୀରୁ ସୋନପୁର ଏବଂ ମହିପୁରରୁ ନୂଆଗାଁ-ଦଶପଲ୍ଲା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି | ଗଣମାଧ୍ୟମକୁ ସୂଚନା ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଆମକୁ ସମସ୍ତ ସଂସ୍ଥାମାନଙ୍କର ସହଯୋଗ ଆବଶ୍ୟକ । ବଲାଙ୍ଗୀର-ନୂଆପଡା ରେଳ ଲାଇନ ଉପରେ ଏକ ଦାବି ଉପରେ ବୈଷ୍ଣବ କହିଛନ୍ତି ଯେ, ଏହାର ଉପଯୁକ୍ତ ସ୍ତରରେ ସମୀକ୍ଷା କରାଯିବ ଏବଂ ଏହା ଉପରେ ସମ୍ଭାବ୍ୟତାକୁ ଦୃଷ୍ଟିରେ ରଖି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରେଳମନ୍ତ୍ରୀ ମଧ୍ୟ ବଲାଙ୍ଗୀର ରେଳ ଷ୍ଟେସନରେ ଟ୍ରାକମ୍ୟାନଙ୍କ ସହ କଥାବାର୍ତ୍ତା କରି ବିଭିନ୍ନ ପ୍ରତିକୂଳ ପରିବେଶରେ ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ରେଳମନ୍ତ୍ରୀ ମଧ୍ୟ ବଲାଙ୍ଗୀର ଷ୍ଟେସନ ଠାରେ ମହିଳା ଅପେକ୍ଷା କକ୍ଷକୁ ଯାଞ୍ଚ କରି ଯାତ୍ରୀ ପରିସେବା ଯାଞ୍ଚ କରିବା ସହିତ ଷ୍ଟେସନ ମାଷ୍ଟରଙ୍କ ସହ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ପ୍ଲାଟଫର୍ମ ୩ର ଅପର ପାର୍ଶ୍ୱରେ ଥିବା ଜମି ବିଷୟରେ ପଚାରିଥିଲେ ଏବଂ ଅନ୍ୟାନ୍ୟ ସୁବିଧା ସମୀକ୍ଷା କରିଥିଲେ ।

୨ୟ ଶ୍ରେଣୀ ଅପେକ୍ଷା ଗୃହରେ ଶୌଚାଳୟ ଯାଞ୍ଚ କରିବା ଏବଂ ଷ୍ଟେସନରେ ପରିଷ୍କାର ପରିଚ୍ଛନ୍ନତା ଉପରେ ମନ୍ତ୍ରୀ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ସ୍ୱଚ୍ଛତା ପାଇଁ ପ୍ରଶଂସା କରିଥିଲେ । ଏହା ବ୍ୟତୀତ ସେ ଷ୍ଟେସନରେ ଚା’ ଷ୍ଟଲ ଏବଂ ଅନ୍ୟାନ୍ୟ ଷ୍ଟଲଗୁଡ଼ିକୁ ମଧ୍ୟ ଯାଇ ନିରୀକ୍ଷଣ କରିବା ସହିତ ଷ୍ଟେସନରେ ସେମାନଙ୍କ ଷ୍ଟଲ ସନ୍ନିକଟ ଅଞ୍ଚଳକୁ ସଫା ରଖିବା ସେମାନଙ୍କର ଦାୟିତ୍ ବୋଧ ବୋଲି ସେମାନଙ୍କୁ ବୁଝାଇଥିଲେ | ରେଳମନ୍ତ୍ରୀ ମଧ୍ୟ ବେଞ୍ଚରେ ବସିଥିବା ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ କରି ସେମାନଙ୍କ ଠାରୁ ଟ୍ରେନ ଓ ଯାତ୍ରୀ ପରିସେବା ସମ୍ବନ୍ଧରେ ମତାମତ ନେଇଥିଲେ ।


ଓଡ଼ିଶାର ପଛୁଆ ଅଞ୍ଚଳ ଯଥା ରାୟଗଡା, କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ସହିତ ଅନୁନ୍ନତ ଓ ପଛୁଆ ଅଞ୍ଚଳ ଗସ୍ତର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ସେ କେବିକେ ଅଞ୍ଚଳ ବୁଲି ଦେଖି ବିଭିନ୍ନ ସମସ୍ୟା ପ୍ରତି ଅବଗତ ହେବା ଏବଂ ଏହି ଅଞ୍ଚଳର ବିକାଶ ଦିଗରେ କିଭଳି ଭାବେ ସମାଧାନ କରାଯାଇପାରିବ, ସେଥିପ୍ରତି ଦୃଷ୍ଟି ରଖି ବିହିତ କାର୍ଯ୍ୟାନୁଷ୍ଠାନ ନେବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details