ଭୁବନେଶ୍ବର: ସମଗ୍ର ଦେଶରେ କୋଭିଡ ମାମଲା ବୃଦ୍ଧି ଘଟିଥିବା ପରିପ୍ରେକ୍ଷୀରେ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇର ବିଭିନ୍ନ ରେଳବାଇ ଜୋନ୍ ଓ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀଙ୍କୁ ରେଳବାଇ ଡାକ୍ତରଖାନା ତଥା ସ୍ୱାସ୍ଥ୍ୟ ଭିତ୍ତିଭୂମି ବ୍ୟବହାରକୁ ସରଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ବୈଠକରେ ବୈଷ୍ଣବ କୋଭିଡ ପ୍ରସ୍ତୁତି ସହିତ ଜଡିତ ନିମ୍ନଲିଖିତ ଦିଗଗୁଡ଼ିକୁ ସମୀକ୍ଷା କରିଥିଲେ ।
- ରେଳ ହସ୍ପିଟାଲର ଭିତ୍ତିଭୂମି ଓ ପେଡିଆଟ୍ରିକ୍ ୱାର୍ଡ କାର୍ଯ୍ୟ କରିବା ।
- ରେଳବାଇର ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ବୁଷ୍ଟର ଡୋଜ ଯୋଗାଇଦେବା ସହିତ ରେଳବାଇର ଶିଶୁ ଏବଂ କର୍ମଚାରୀଙ୍କ ଟୀକାକରଣ ।
- ଔଷଧର ଉପଲବ୍ଧତା, ଅମ୍ଳଜାନ ଯୋଗାଣ, ଜିଓଲାଇଟ୍ ଷ୍ଟକ୍ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଚିକିତ୍ସା ସହାୟତା ଏବଂ ଭେଣ୍ଟିଲେଟରର କାର୍ଯ୍ୟ, ତରଳ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଯାହା କୋଭିଡ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ।