ଓଡିଶା

odisha

ETV Bharat / city

ଭେଣ୍ଡିଂ ମେସିନରେ ଟିକେଟ୍ ବିକ୍ରି ନେଣଦେଣକୁ ତ୍ୱରାନ୍ୱିତ କଲା ରେଳବାଇ - ଭେଣ୍ଡିଂ ମେସିନରେ ଟିକେଟ୍ ବିକ୍ରି ନେଇ ରେଳବାଇର ନୂଆ ନିୟମ

ସ୍ୱୟଂଚାଳିତ ଟିକେଟ୍ ବିକିବା ଯନ୍ତ୍ର(ଭେଣ୍ଡିଂ ମେସିନ୍) ବା ATVM ଗୁଡିକରେ ଟିକେଟ୍ ବିକ୍ରି କରିବାରେ ଡିଜିଟାଲକୁ ତ୍ୱରାନ୍ୱିତ କଲା ରେଳବାଇ । ଅଧିକ ପଢନ୍ତୁ

ଭେଣ୍ଡିଂ ମେସିନରେ ଟିକେଟ୍ ବିକ୍ରି ନେଣଦେଣକୁ ତ୍ୱରାନ୍ୱିତ କଲା ରେଳବାଇ
ଭେଣ୍ଡିଂ ମେସିନରେ ଟିକେଟ୍ ବିକ୍ରି ନେଣଦେଣକୁ ତ୍ୱରାନ୍ୱିତ କଲା ରେଳବାଇ

By

Published : Feb 25, 2022, 6:59 AM IST

ଭୁବନେଶ୍ବର: ସ୍ୱୟଂଚାଳିତ ଟିକେଟ୍ ବିକିବା ଯନ୍ତ୍ର(ଭେଣ୍ଡିଂ ମେସିନ୍) ବା ATVM ଗୁଡିକରେ ଟିକେଟ୍ ବିକ୍ରି କରିବାରେ ଡିଜିଟାଲକୁ ତ୍ୱରାନ୍ୱିତ କରାଯାଇଛି । ରେଳ ଯାତ୍ରା ଟିକେଟ୍, ପ୍ଲାଟଫର୍ମ ଟିକେଟ୍, ସିଜିନ ଟିକେଟର ନବୀକରଣ ପାଇଁ ରେଳବାଇ ଏବେ ଏଟିଭିଏମ ଆପ୍ଲିକେସନକୁ କାର୍ଯ୍ୟକାରୀ କରାଇଅଛି । ନୂଆଦିଲ୍ଲୀ ଷ୍ଟେସନ ଠାରେ ଉତ୍ତର ରେଳପଥର ସହଯୋଗରେ ଏଟିଭିଏମ ମାଧ୍ୟମରେ ଟଙ୍କା ପୈଠ ପାଇଁ ଲାଇଭ୍ ଟ୍ରାଏଲ୍ ସଫଳତାର ସହିତ କରାଯାଇଛି ।

ଗତ 2021 ସେପ୍ଟେମ୍ବର ମାସ ଠାରୁ ଯାତ୍ରୀମାନେ ରିଚାର୍ଜ ପାଇଁ ଷ୍ଟେସନ୍ ବୁକିଂ କାଉଣ୍ଟର ପ୍ରତି ନିର୍ଭର କରିବା ପରିବର୍ତ୍ତେ ମୋବାଇଲ୍, ୱେବସାଇଟ୍ ବା ଆପ UTS ମାଧ୍ୟମରେ ଅନଲାଇନ ଏଟିଭିଏମ ସ୍ମାର୍ଟକାର୍ଡକୁ ରିଚାର୍ଜ କରିବା ପାଇଁ ସୁବିଧା ପାଉଥିଲେ । ଯାତ୍ରୀମାନେ ଏଟିଭିଏମ ସ୍ମାର୍ଟକାର୍ଡର ରିଚାର୍ଜ ପାଇଁ ସମସ୍ତ ଡିଜିଟାଲ୍ ପେମେଣ୍ଟ ବ୍ୟବହାର କରିପାରିବେ । ଏଥିପାଇଁ ଯାତ୍ରୀମାନେ ୟୁଟିଏସଅନମୋବାଇଲ (UTSonMobile) ୱେବସାଇଟରେ ପଞ୍ଜୀକୃତ ହେବା ପରେ ଏଟିଭିଏମ ସ୍ମାର୍ଟକାର୍ଡର ଅନଲାଇନ୍ ରିଚାର୍ଜ ପାଇଁ www.utsonmobile.indianrail.gov.in ସାଇଟ୍ ପରିଦର୍ଶନ କରୁଥିଲେ ।

ଯଦି ଯାତ୍ରୀ ମୋବାଇଲ୍ ଟିକେଟ୍ ପାଇଁ ପଞ୍ଜୀକୃତ ହୋଇସାରିଛନ୍ତି, ତାହେଲେ ସେମାନେ ସମାନ ଆକାଉଣ୍ଟ୍ ବ୍ୟବହାର କରିପାରିବେ । ସଫଳ ଲଗଇନ୍ ପରେ ଯାତ୍ରୀଙ୍କୁ ମେନୁ ଅପ୍ସନ୍ “SMART CARD RECHARGE” ଚୟନ କରିବାକୁ ପଡିବ ଏବଂ କାର୍ଡରେ ମୁଦ୍ରିତ ଏଟିଭିଏମ ସ୍ମାର୍ଟକାର୍ଡ ଷ୍ଟକ୍ ନମ୍ବରକୁ ଫିଡ୍ କରିବାକୁ ପଡିବ । ତା’ପରେ ଯାତ୍ରୀଙ୍କୁ ବୈଧ ରିଚାର୍ଜ ପରିମାଣ ପ୍ରବେଶ କରାଇବାକୁ ପଡିବ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଟିଭିଏମରେ ଟପ୍ ଅପ୍ ସମ୍ପୂର୍ଣ୍ଣ କରିବାକୁ ପଡିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details