ଓଡିଶା

odisha

ETV Bharat / city

କୃଷି ଆଇନ ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳରୋକ - railway strike in odisha

ରେଳ ରୋକିଲେ ଚାଷୀ
ରେଳ ରୋକିଲେ ଚାଷୀ

By

Published : Feb 18, 2021, 4:02 PM IST

Updated : Feb 18, 2021, 8:52 PM IST

20:23 February 18

କୋରାପୁଟ ରେଳରୋକ

କୋରାପୁଟ : ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ନୂତନ କୃଷି ଆଇନକୁ ବିରୋଧ ଏବଂ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର କୋରାପୁଟ ଜିଲ୍ଲା କମିଟି ତରଫରୁ ଜୟପୁର ରେଳଷ୍ଟେସନରେ ଆଜି ଅପରାହ୍ନରେ ରେଳ ରୋକୋ କରାଯାଇଥିଲା । ସର୍ବଭାରତୀୟ ରେଳରୋକ ଡାକରା ଅନୁଯାୟୀ କିଛି ସମୟ ପାଇଁ ବିଶାଖାପାଟଣାରୁ ଜଗଦଲପୁର ଯାଉଥିବା କିରଣ୍ଡଲ ଏକ୍ସପ୍ରେସକୁ ଅଟକାଇ ରଖିଥିଲେ । ଏହି ରେଳରୋକ ଆନ୍ଦୋଳନରେ ଜୟପୁର ଅଞ୍ଚଳର ଅନେକ କୃଷକ ଓ ମଜଦୁର ସଂଗଠନର ନେତୃବୃନ୍ଦ ଯୋଗ ଦେଇଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

19:37 February 18

ଯାଜପୁରରେ ରେଳରୋକ

ଯାଜପୁରରେ ରେଳରୋକ

ଯାଜପୁର :ଅନ୍ୟମାନଙ୍କ ମଧ୍ୟରେ ଆଇ ଏନ.ଟି.ୟୁ.ସି ର ପରମାନନ୍ଦ ସେଠୀ, ଚନ୍ଦ୍ରକାନ୍ତ ଖଣ୍ଡାଇ ପ୍ରମୁଖ କେନ୍ଦ୍ର ସରକାରଙ୍କ ଜିଦଖୋର ମନୋବୃତ୍ତି, ଅଗଣତାନ୍ତ୍ରିକ ପଦକ୍ଷେପ ଏବଂ ଆନ୍ଦୋଳନକୁ ସମର୍ଥନ କରୁଥିବା ଦିଶା ରବିଙ୍କ ଭଳି ସମାଜ ସେବିଙ୍କ ନାମରେ ଦେଶଦ୍ରୋହୀ ମୋକଦ୍ଦମା ରୁଜୁ କରିବା ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ କୃଷି ବିଲକୁ ପ୍ରତ୍ୟାହାର ନକଲେ ଦେଶ ତମାମ ଅଶାନ୍ତି ସୃଷ୍ଟି ପାଇଁ ବିଜେପି ସରକାର ଦାୟୀ ହେବ ବୋଲି ବକ୍ତା ମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସମଗ୍ର ଯାଜପୁର ରୋଡ ରେଲୱେ ଷ୍ଟେସନକୁ ପୋଲିସ ଛାଉଣୀ କରି ଆନ୍ଦୋଳନକାରୀ ମାନଙ୍କୁ ଭୟଭୀତ କରିବା ସହିତ ଅପରାହ୍ନ 1ଟା ଠାରୁ 4ଟା ପର୍ଯ୍ୟନ୍ତ କୌଣସି ଯାତ୍ରୀବାହି ଟ୍ରେନ ଚଳାଚଳ ବନ୍ଦ କରିବା ପ୍ରଶାସନର ଏକ ଷଡଯନ୍ତ୍ର ବୋଲି ମିଳିତ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନର ନେତା ମାନେ ଏକ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

17:06 February 18

ଜଗତସିଂହପୁରରେ ରେଳ ରୋକ

ଜଗତସିଂହପୁରରେ ରେଳ ରୋକ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଗୋରେଖ ନାଥ ରେଳ ଷ୍ଟେସନରେ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ, ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେ.କେ.ଏମ.ଏସ ପକ୍ଷରୁ ମଧ୍ୟାହ୍ନ 12 ଟା ଠାରୁ ଦିନ 3ଟା ପର୍ଯ୍ୟନ୍ତ ରେଳ ରୋକ କରାଯାଇଛି । 2020 କୃଷି ଆଇନ ପ୍ରତ୍ୟାହାର, ମଣ୍ଡିରେ କୃଷକଙ୍କ ଧାନ ବିକ୍ରିର ସୁ-ବ୍ୟବସ୍ଥା ଦରଦାମ ନିୟନ୍ତ୍ରଣ ପେଟ୍ରୋଲ ଡିଜେଲରୁ କର ହ୍ରାସ ଇତ୍ୟାଦି ଦାବି ନେଇ ରେଳରୋକ କରାଯାଇଥିଲା । ଫଳରେ ପାରାଦ୍ୱୀପକୁ ରେଳ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଆଜି ରେଳ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ସମୟ ଭିତରେ ମାଲବାହୀ ଓ ପାସେଞ୍ଜର ଟ୍ରେନ ଗୁଡିକୁ ବାତିଲ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

15:59 February 18

କେନ୍ଦ୍ରାପଡାରେ ରେଳ ରୋକ

କେନ୍ଦ୍ରାପଡାରେ ରେଳ ରୋକ

କେନ୍ଦ୍ରାପଡା : ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ କେନ୍ଦ୍ରାପଡ଼ାରେ ୪ ଘଣ୍ଟିଆ ରେଳରୋକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସମେତ ବିଭିନ୍ନ ବାମପନ୍ଥୀ ଓ କୃଷକ ସଂଗଠନ ପକ୍ଷରୁ ମିଳିତ ଭାବେ କେନ୍ଦ୍ରାପଡ଼ା ଦୁହୁରିଆ ଠାରେ ରେଳ ଧାରଣା ଅବରୋଧ କରାଯାଇଥିଲା । ନୂତନ କୃଷି ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରିବା ସହିତ ୨୦୨୦ ବିଦ୍ୟୁତ୍ ଆଇନକୁ ପ୍ରତ୍ୟାହାର କରିବା ଏବଂ ଏମଏସପି ଲାଗୁ କରିବା ପାଇଁ ଆନ୍ଦୋଳନକାରୀ ମାନେ ଦାବି କରିଥିଲେ । ଏହି ରେଳରୋକ କାର୍ଯ୍ୟକ୍ରମରେ ଅଖିଳ ଭାରତ କୃଷକ ସଙ୍ଗଠନ, କେନ୍ଦ୍ରାପଡ଼ା ପଛୁଆ ବର୍ଗ ଏବଂ ଦଳିତ ସମାଜ, ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ଵୟ ସମିତି, ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରଭୃତି ସାମିଲ ହୋଇଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

14:50 February 18

ରେଳ ରୋକିଲେ ଚାଷୀ

ରେଳ ରୋକିଲେ ଚାଷୀ

କଟକ : ନୂତନ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ସଫଳ କରିବା ପାଇଁ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ କୃଷକ ସଙ୍ଗଠନ ଗୁଡିକ ରେଳରୋକ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ରେଳ ଷ୍ଟେସନ ନିକଟରେ ଆଜି 50 ରୁ ଊର୍ଦ୍ଧ୍ୱ ଚାଷୀ ରେଳ ରୋକ କରିଛନ୍ତି । କେନ୍ଦ୍ର କରିଥିବା ଚାଷୀ ମାରଣ ବିଲକୁ ପ୍ରତ୍ୟାହାର ଦାବିରେ ଆଜି ଦେଶ ବ୍ୟାପି ରେଳ ରୋକ କରିଛନ୍ତି ଚାଷୀ । 

ତେବେ ସରକାରଙ୍କ ନିଷ୍ପତ୍ତି କେବଳ ପୁଞ୍ଜିପତିମାନଙ୍କୁ ସୁହାଉଛି, ଏ ନେଇ ସେମାନେ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ସଭା ସମିତିରେ କେନ୍ଦ୍ର ବିଜେପି ସରକାର କହୁଛି ଯେ, ଚାଷୀ ହେଉଛନ୍ତି ଦେଶର ମେରୁଦଣ୍ଡ । କିନ୍ତୁ, ବାସ୍ତବରେ ସୋମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଛି । ଯଦି ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ନକରନ୍ତି, ଆଗାମୀ ଦିନରେ ବଡ଼ ଆନ୍ଦୋଳନ ହେବ ବୋଲି ସେମାନେ ଧମକ ଦେଇଛନ୍ତି । 

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 18, 2021, 8:52 PM IST

ABOUT THE AUTHOR

...view details