ଓଡିଶା

odisha

ETV Bharat / city

ରେଳ ରୋକ ଆନ୍ଦୋଳନ: ପୂର୍ବତଟ ରେଳବାଇ ପକ୍ଷରୁ ବହୁ ଟ୍ରେନ ବାତିଲ - ରେଳ ରୋକ ଆନ୍ଦୋଳନ

ରାଜ୍ୟରେ ସ୍ଥାନେ ସ୍ଥାନେ ଦେଖିବାକୁ ମିଳିଛି ବିଭିନ୍ନ ସଂଗଠନ ପକ୍ଷରୁ ରେଳ ରୋକ ଆନ୍ଦୋଳନ । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ରେଳବାଇ ପକ୍ଷରୁ କିଛି ଟ୍ରେନକୁ ସମ୍ପୂର୍ଣ୍ଣ ଓ କିଛି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି।

eastcoast railway, rail roko protest, train details latest, ଟ୍ରେନ ନ୍ୟୁଜ୍‌ ଲାଟେଷ୍ଟ, ରେଳ ରୋକ ଆନ୍ଦୋଳନ, ପୂର୍ବତଟ ରେଳବାଇ
ପ୍ରତାକାତ୍ମକ ଫଟୋ

By

Published : Dec 15, 2019, 7:27 AM IST

ଭୁବନେଶ୍ବର: ରାଜ୍ୟରେ ସ୍ଥାନେ ସ୍ଥାନେ ଦେଖିବାକୁ ମିଳିଛି ବିଭିନ୍ନ ସଂଗଠନ ପକ୍ଷରୁ ରେଳ ରୋକ ଆନ୍ଦୋଳନ । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ରେଳବାଇ ପକ୍ଷରୁ କିଛି ଟ୍ରେନକୁ ସମ୍ପୂର୍ଣ୍ଣ ଓ କିଛି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି। ସେହିପରି କିଛି ଟ୍ରେନଗୁଡିକ ଗନ୍ତବ୍ୟ ସ୍ଥଳରୁ ବିଳମ୍ବରେ ଛାଡିବ ବୋଲି ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ।

ପଶ୍ଚିମବଙ୍ଗରେ ଦକ୍ଷିଣପୂର୍ବ ରେଳପଥର ଖଡଗପୁର ଓ ହାୱଡା ରେଳ ଡିଭିଜନ ମଧ୍ୟରେ ସଂକ୍ରାଏଲ, ମୋରିଗ୍ରାମ, ବଂକ୍ର ନୟାବଜ, ନାଳପୁର ଷ୍ଟେସନରେ ଲୋକମାନଙ୍କ ଦ୍ବାରା ବିକ୍ଷୋଭ ଯୋଗୁଁ ଓଡିଶା ଦେଇ ଯାଉଥିବା ଟ୍ରେନଗୁଡିକୁ ମଧ୍ୟ ବାତିଲ କରାଯାଇଛି। ଫଳରେ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବାତିଲ ହୋଇଥିବା ଟ୍ରେନ ଗୁଡିକ ହେଲା:

20889 ହାୱଡା- ତିରୁପତି ହମସଫର ଏକ୍ସପ୍ରେସ
22877 ହାୱଡା- ଏରଣାକୁଲମ ଅନ୍ତର୍ଦ୍ବୟ ଏକ୍ସପ୍ରେସ
12841 ହାୱଡା- ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ
12245 ହାୱଡା - ଯସବନ୍ତପୁର ଦୁରନ୍ତ ଏକ୍ସପ୍ରେସ
18645 ହାୱଡା- ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ
12847 ହାୱଡା- ପୁନେ ଦୁରନ୍ତ ଏକ୍ସପ୍ରେସ
12860 ହାୱଡା- ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ

ସେହିପରି ପୁରୀକୁ ବାତିଲ ହୋଇଥିବା ଟ୍ରେନଗୁଡିକ ହେଉଛି ପୁରୀ ଦୁର୍ଗ ଏକ୍ସପ୍ରେସ, ପୁରୀ-ସନ୍ତରାଗାଛି ପାସେଞ୍ଜର, ପୁରୀ-ଖୋର୍ଦ୍ଧା ପାସେଞ୍ଜର, ପୁରୀ-ହାୱଡା ଜଗନ୍ନାଥ ଏକ୍ସପ୍ରେସ, ପୁରୀ-ହାୱଡା ଏକ୍ସପ୍ରେସ । ଅନ୍ୟପଟେ ପୁରୀରୁ ଛାଡିଥିବା ଶତାବ୍ଦୀ ଏକ୍ସପ୍ରେସ ହାୱଡା ପରିବର୍ତ୍ତେ ଖଡଗପୁରରୁ ଫେରିବ।

ମଧ୍ୟବର୍ତ୍ତୀ ଷ୍ଟେସନମାନଙ୍କରରେ ନିୟନ୍ତ୍ରଣ ହୋଇଥିବା ଟ୍ରେନ:

- ଚେନ୍ନାଇ-ହାୱଡା କରମଣ୍ଡଳ ଏକ୍ସପ୍ରେସ ପାଂସରାରେ ରହିବ
- ଯସବନ୍ତପୁର-ହାୱଡା ଦୁରନ୍ତ ଏକ୍ସପ୍ରେସ ଭଦ୍ରକରେ ରହିବ
- ସିକନ୍ଦରାବାଦ-ହାୱଡା ଫଳାକାନାମ ଏକ୍ସପ୍ରେସ ଯାଜପୁର-କେନ୍ଦୁଝର ରୋଡରେ ରହିବ
- ପୁରୀ-ହାୱଡା ଧଉଳି ଏକ୍ସପ୍ରେସ କଟକରେ ରହିବ
- ଭାସ୍କୋଡାଗାମା-ହାୱଡା ଏକ୍ସପ୍ରେସ ବାଲୁଗାଁରେ ରହିବ
- ଚେନ୍ନାଇ-ହାୱଡା ମେଲ ଛତ୍ରପୁରରେ ରହିବ

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details