ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବରରସୁମିତ ସିକ୍ୟୁରିଟି ସଂସ୍ଥା ଉପରେ ଜିଏସଟି ରେଡ୍ । ESI,EPF ହଡପ ସହ ଜିଏସଟି ଫାଙ୍କିବା ଅଭିଯୋଗରେ ରେଡ୍ କରିଛି ଡାଇରେକ୍ଟରେଟ ଜେନେରାଲ ଜିଏସଟି ଇଣ୍ଟେଲିଜେନ୍ସ ।
ସୂଚନାଅନୁସାରେ, ସରକାରୀ ସଂସ୍ଥାର ଟେଣ୍ଡର ନେଇ ଆଉଟସୋର୍ସିଙ୍ଗ ଜରିଆରେ ପିଲାଙ୍କୁ ନିଯୁ୍କ୍ତି ଦେଉଥିଲା ସୁମିତ ସିକ୍ୟୁରିଟି ସଂସ୍ଥା । ସିକ୍ୟୁରିଟି ଗାର୍ଡଠୁ ଆରମ୍ଭ କରି ପିଅନ ଓ ଝାଡୁଦାର ଭଳି କାମରେ ପିଲାଙ୍କୁ ଚାକିରି ଦିଆଯାଉଥିଲା । ହେଲେ କର୍ମଚାରୀଙ୍କ ଠାରୁ ESI,EPF ହଡପ କରିବା ସହ ଜିଏସଟି ସଠିକ ଭାବେ ପୈଠ କରୁନଥିବା ନେଇ ଅଭିଯୋଗ ହୋଇଥିଲା ।