ଓଡିଶା

odisha

ETV Bharat / city

ଭୁବନେଶ୍ବର ମା ତାରିଣୀ ବସ୍ତ୍ରାଳୟରେ ଜିଏସଟି ରେଡ୍

ଭୁବନେଶ୍ବରରେ ଥିବା ମା ତାରିଣୀ ବସ୍ତ୍ରାଳୟରେ ଜିଏସଟି ରେଡ୍ । ଅଧିକ ପଢନ୍ତୁ

ସଟର ଖୋଲୁ ଖୋଲୁ ଜିଏସଟି ରେଡ୍, ମା ତାରିଣି ବସ୍ତ୍ରାଳୟରେ ସିଟି ଜିଏସଟି ଟିମ୍
ସଟର ଖୋଲୁ ଖୋଲୁ ଜିଏସଟି ରେଡ୍, ମା ତାରିଣି ବସ୍ତ୍ରାଳୟରେ ସିଟି ଜିଏସଟି ଟିମ୍

By

Published : Jun 28, 2022, 7:33 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଥିବା ମା ତାରିଣୀ ବସ୍ତ୍ରାଳୟ ଉପରେ ଜିଏସଟି ରେଡ୍ । ଜିଏସଟି ଫାଙ୍କିବା ଅଭିଯୋଗରେ ରେଡ୍ କରିଛି ସିଟି ଜିଏସଟି ଟିମ୍ । ମା ତାରିଣୀ ବସ୍ତ୍ରାଳୟ ସମେତ ମା ତାରିଣୀ ଟ୍ରେଡ, ଗୋଦାମ ଓ ସୋ'ରୁମକୁ ମିଶାଇ ମୋଟ ୪ଟି ସ୍ଥାନରେ ଟିମ୍ ଚଢାଉ କରୁଛି । ଏନେଇ ଜିଏସଟି ଅଧିକାରୀ ସୂଚନା ଦେଇଛନ୍ତି ।

ସଟର ଖୋଲୁ ଖୋଲୁ ଜିଏସଟି ରେଡ୍, ମା ତାରିଣି ବସ୍ତ୍ରାଳୟରେ ସିଟି ଜିଏସଟି ଟିମ୍

ଅଭିଯୋଗ ମୁତାବକ, ଗ୍ରାହକ ଲୁଗାପଟା କିଣିଲେ ଏହି ଦୋକାନୀ ୫ ପ୍ରତିଶତ ଜିଏସଟି ରଖିଥାନ୍ତି । ଏପରିକି ୧,୦୦୦ ଟଙ୍କାରୁ ଅଧିକ କ୍ରୟ କଲେ ୧୦ ପ୍ରତିଶତ ଟିକସ ନେଇଥାନ୍ତି । ହେଲେ ସେ ଗ୍ରାହକଙ୍କ ଠାରୁ ଟିକସ ନେଇ ଏହାକୁ ସରକାରଙ୍କ ନିକଟରେ ଭରୁନଥିବା ଅଭିଯୋଗ ହୋଇଛି । ରଜ ଓ ସାବିତ୍ରୀ ଭଳି ବଡ ବଡ ପର୍ବପର୍ବାଣିରେ ସୁଲଭ ମୂଲ୍ୟରେ ବେପାର ଜମୁ ଥିବାବେଳେ କିଭଳି ସରକାରଙ୍କୁ ଟିକସ ଭରିବାକୁ ପଛଘୁଞ୍ଚା ଦେଉଛନ୍ତି ସେନେଇ ଜିଏସଟି ଟିମ୍ ଛାନଭିନ କରିଛି । ଦୋକାନର ସେଲ୍‌ସ ରିପୋର୍ଟ, ଷ୍ଟକ ରିପୋର୍ଟ, ରସିଦ୍ ବୁକ ଇତ୍ୟାଦି ଯାଞ୍ଚ କରିଛି ଟିମ୍ ।

ABOUT THE AUTHOR

...view details