ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ଡିଆଁ ପର୍ବ ସେତିକ ଜୋର ଧରିଛି । ପାଣିପାଗର ଉଷ୍ମତା ସଙ୍ଗେ ସଙ୍ଗେ ନିର୍ବାଚନୀ ଉଷ୍ମତା ବି ଜୋର ଧରିଲାଣି । ଟିକେଟ ନମିଳିବା ହେଉ କିମ୍ବା ଦଳରେ ଅଣଦେଖା । ଅପେକ୍ଷା ନ କରି ଦଳ ପରିବର୍ତ୍ତନ କରୁଛନ୍ତି ବିଭିନ୍ନ ଦଳର ବିଧାୟକ, ସାଂସଦ ଓ ଦଳୀୟ କର୍ମୀ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ଏହି କ୍ରମରେ ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ସପରିବାର ସହ ବିଜେପିରେ ସାମିଲ ହୋଇଛନ୍ତି ବିଜେଡି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ସେ ତାଙ୍କ ସମର୍ଥକ ଓ ବାଲେଶ୍ଵର ଜିଲ୍ଲାର ଶତାଧିକ ବିଜେଡି କର୍ମୀଙ୍କ ସହ ପଦ୍ମ ଧରିଛନ୍ତି ।
ଭାରତୀୟ ଜନତା ପାର୍ଟିରେ ଆଜି ସାମିଲ ହୋଇଛି। ଆଜିଠାରୁ ମୋ ପରିବାର ଭାଜପା ପରିବାର । ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇବିଜେପିରେ ଯୋଗଦାନ କରିଛି । ଏକ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିବି । ଦଳ ଯାହା ନିଷ୍ପତ୍ତି ନେବ ତାହା କରିବି ବୋଲି କହିଛନ୍ତି ବରିଷ୍ଠ ନେତା ରଘୁନାଥ ମହାନ୍ତି ।
ସମସ୍ତ ବିଜୁ ପ୍ରେମୀ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ବିଜେଡି ଦୁର୍ନୀତି, ଭ୍ରଷ୍ଟାଚାରର ଏକ ପାହାଡ଼, ଯେଉଁଠୁ ଅତଡା ଖସିଲାଣି । ‘ମୁଖ୍ୟମନ୍ତ୍ରୀ ଏବେ ପାଣ୍ଡିଆନଙ୍କୁକହିବେ ତମ ମାନଙ୍କ କଥାରେ ରଘୁ ଦଳ ଛାଡିଲା, ତୁମେ ମାନେ ଖୁସି ତ’ । ସଦ୍ୟତମ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ନେତାଦାମୋଦର ରାଉତମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଭାବେ କଟାକ୍ଷ କରି କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ