ଭୁବନେଶ୍ବର: ସମ୍ବଲପୁର ବୁର୍ଲାସ୍ଥିତ ଭିସୁଟରେ ରାଗିଂକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବାବେଳେ ମାନାବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ରାଜ୍ୟରେ ରହିବା କଲେଜ କ୍ୟାମ୍ପସକୁ ରାଗିଂ ଫି କରିବା ପାଇଁ ଏକ ଟିମ ଗଠନ କରାଯାଉ । ଯାହା ଫଳରେ ପାଠ ପଢିବା ପାଇଁ ଯାଉଥିବା ଛାତ୍ରଛାତ୍ରୀ ସୁରକ୍ଷିତ ଭାବରେ ପଢିପାରିବେ।
ଏଭଳି ବାରମ୍ବାର ରାଜ୍ୟରେ ବିଭିନ୍ନ କଲେଜରେ ରାଗିଂ ଘଟଣା ପ୍ରଥମ ନୁହେଁ, ଏହା ପୂର୍ବରୁ ଅନେକ କଲେଜମାନଙ୍କରେ ରାଗିଂ ହୋଇଛି। କିଛି କଲେଜରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ଆଉ କିଛି କଲେଜରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।