ଓଡିଶା

odisha

By

Published : Feb 14, 2021, 1:18 PM IST

ETV Bharat / city

ଆରମ୍ଭ ହେଲା ରେଡ଼ିଓ ମେଳା, ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗ୍ରାହକ ସାମିଲ

ରାଜଧାନୀରେ ଆରମ୍ଭ ହେଲା ରେଡ଼ିଓ ମେଳା। ବିଶ୍ବ ରେଡ଼ିଓ ଦିବସ ଅବସରରେ ଆଉଟ ରିଚ ସଂସ୍ଥା ପକ୍ଷରୁ 7ମ ରେଡ଼ିଓ ମେଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗ୍ରାହକ ଓ ବିକ୍ରେତାମାନେ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ...

ଆରମ୍ଭ ହେଲା ରେଡ଼ିଓ ମେଳା, ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗ୍ରାହକ ସାମିଲ
ଆରମ୍ଭ ହେଲା ରେଡ଼ିଓ ମେଳା, ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗ୍ରାହକ ସାମିଲ

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହେଲା ରେଡ଼ିଓ ମେଳା। ବିଶ୍ବ ରେଡ଼ିଓ ଦିବସ ଅବସରରେ ଆଉଟ ରିଚ ସଂସ୍ଥା ପକ୍ଷରୁ 7ମ ରେଡ଼ିଓ ମେଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗ୍ରାହକ ଓ ବିକ୍ରେତାମାନେ ଭାଗ ନେଇଛନ୍ତି । ସ୍ଥାନୀୟ ଭଞ୍ଜକଳା ମଣ୍ଡପ ପରିସରରେ ଆୟୋଜିତ ଏହି ମେଳାକୁ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିଲେ ।

ଆରମ୍ଭ ହେଲା ରେଡ଼ିଓ ମେଳା, ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗ୍ରାହକ ସାମିଲ

ଏହି ଅବସରରେ ସେ କହିଛନ୍ତି, ଗତ 10 -20 ବର୍ଷ ପୂର୍ବେ ରେଡ଼ିଓର ଯେଉଁ ଭାବ ଥିଲା ତାହା ଏବେ କମି ଯାଇଛି। ସେହିପରି ଆମ ଦେଶର ରେଡ଼ିଓର ବିଶ୍ଵସନୀୟତା ବିଦେଶୀ ରେଡ଼ିଓ ତୁଳନାରେ କମ୍ ଥିବା କହିବା ସହ ରେଡ଼ିଓ ଜକି ମାନେ ନିଜ ଭାଷାକୁ ପରିବର୍ତ୍ତିତ ନ କରି ତାର ମୌଳିକତା ରଖିବା ଦିଗରେ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ଏଥିସହିତ ସେ କହିଛନ୍ତି କି ରେଡ଼ିଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେପରି ଲୋକଙ୍କ ମଧ୍ୟରେ ସମ୍ପର୍କ ବାନ୍ଧିବାରେ କାର୍ଯ୍ୟ କରେ ତାହାକୁ ସବୁବେଳେ ଜାରି ରଖିବା ଉଚିତ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details