ସମ୍ବଲପୁର:ଚଳିତ ରବି ଋତୁ ଧାନ ସଂଗ୍ରହ ପାଇଁ ଶୁକ୍ରବାରଠାରୁ ସମ୍ବଲପୁରରେ ଖୋଲିଛି ମଣ୍ତି । ପ୍ରଥମ ଦିନରେ ଜିଲ୍ଲାରେ 11 ଟି ମଣ୍ତି ଖୋଲି ଥିବା ବେଳେ କିଛି ମଣ୍ତିରେ ଧାନ ସଂଗ୍ରହ ସୁରୁଖୁରୁରେ ହୋଇଛି । ମାନେଶ୍ବର ବ୍ଲକ ଗୁଲୁଣ୍ତା ଠାରେ ନୂତନ ମାର୍କେଟ ୟାର୍ଡ ଉଦଘାଟନ ହେବା ସହ ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ରବି ଧାନ ବିକ୍ରି ସମୟରେ କଟନି ଛଟନି, ଟୋକନ ଅବ୍ୟବସ୍ଥା ଆଦି ସମସ୍ୟା ଯେପରି ନହେବେ ସେନେଇ ବୈଠକ ଆଲୋଚନା ହୋଇଥିଲା ।
ସମ୍ବଲପୁରରେ ରବି ଋତୁ ପାଇଁ ଧାନ ସଂଗ୍ରହ ଆରମ୍ଭ - ସମ୍ବଲପୁରରେ ରବି ଋତୁ ପାଇଁ ଧାନ ସଂଗ୍ରହ ଆରମ୍ଭ
ସମ୍ବଲପୁରରେ ଗତକାଲିଠାରୁ ଆରମ୍ଭ ହୋଇଯାଇଛି ଚଳିତ ରବି ଋତୁ ଧାନ ସଂଗ୍ରହ । କଟନି ଛଟନି, ଟୋକନ ଅବ୍ୟବସ୍ଥା ଆଦି ସମସ୍ୟା ଯେପରି ନହେବେ ସେନେଇ ବୈଠକରେ ଆଲୋଚନା । ଅଧିକ ପଢନ୍ତୁ
ସମ୍ବଲପୁରରେ ରବି ଋତୁ ପାଇଁ ଧାନ ସଂଗ୍ରହ ଆରମ୍ଭ
ସମ୍ବଲପୁରରେ ରବି ଋତୁ ପାଇଁ ଧାନ ସଂଗ୍ରହ ଆରମ୍ଭ
କିଛି ଚାଷୀଙ୍କ ଧାନ ବିକ୍ରି ପାଇଁ ପ୍ରସ୍ତୁତ ଥିବା ବେଳେ ଟୋକନ ଆସି ନଥିବାରୁ ଧାନ ବିକ୍ରିରେ ସମସ୍ୟା ଉପୁଜିଥିବା ଜଣା ପଡ଼ିଛି । ସେପଟେ ରାଜ୍ୟ ସରକାର ଜିଲ୍ଲା ସ୍ତରରେ ଚାଷୀଙ୍କ ସହ ଆଲୋଚନା ନକରି ନିଜ ହିସାବରେ ବିଭିନ୍ନ ନିୟମ କରି ଧାନ କିଣିବାରେ ନିଷ୍ପତ୍ତିକୁ ବିରୋଧ କରିଛି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଘଠନ । ତେବେ ଆସନ୍ତା ୧୬ ତାରିଖରେ ଜିଲ୍ଲାର ଅନ୍ୟ ମଣ୍ତି ଖୋଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ନନ ରଣା, ଇଟିଭି ଭାରତ