ଭୁବନେଶ୍ବର: ରାଜଧାନୀରେ ଥରହର ମଚାଇଲେଣି ଅପରାଧି । ସବୁ ଦେଖି ବି ଚୁପ ପୋଲିସ କମିଶନର ଓ ପୋଲିସ ଡିଜି । ତେବେ ସମୟ ଆସିଛି ପୋଲିସ କର୍ମଚାରୀ ସ୍ତରରେ ଅଦଳବଦଳ ପାଇଁ । ନିର୍ବାଚନ ପରେ ଭୁବନେଶ୍ବରରେ ନୂଆ ନୂଆ ଅଫିସରଙ୍କୁ ବଦଳି ଆସିବା ପରେ ଅପରାଧିଙ୍କ ଟେର ପାଇବା ମୁସ୍କିଲ ହେଲାଣି । ବିଗତ କିଛି ଦିନ ଧରି ନେଟୱର୍କ ବିଛାଇଥିବା ଅଫିସରକୁ ସହର ବାହାରକୁ ବଦଳି ପରେ ଅପରାଧିଙ୍କ ଗତିବିଧି ଉପରେ ନଜର ରଖୁଥିବା ସୋର୍ସ ଏବେ ଡିଆକ୍ଟିଭ ଅଛନ୍ତି । କାରଣ ନୂଆ ଅଫିସରଙ୍କୁ ଭରସା ପାଉନି । ଆଉ କେତେକ ଛୋଟ ବଡ ଅପରାଧରେ ଗିରଫ ହୋଇଥିବା ଯୋଗୁଁ ପୋଲିସ ପ୍ରତି ସେମାନଙ୍କର ଭୟ ରହୁଛି ।
ତେବେ ସେମାନଙ୍କ ବିଶ୍ବାସ ଭାଜନ ହୋଇ ଲୁଟେରାଙ୍କ ସହ ଅପରାଧିଙ୍କ ଖବର ପାଇବା ବି ହେଉଛି ପୋଲିସ ପାଇଁ ମୁସ୍କିଲ। ବାକି ଥାନାରେ ଥିବା ଏଏସଆଇ ବା ଏସଆଇ ବିଧାନସଭା ଯୋଗୁଁ ଡ୍ୟୁଟି ଓ ଲ ଆଣ୍ଡ ଅର୍ଡର ସମ୍ଭାଳିବାରେ ଅପଦସ୍ତ ହେଲେଣି । ତେବେ ଲୁଟେରାଙ୍କ ଉପରେ ଗ୍ରାଉଣ୍ଡ ଜିରୋ ରିପୋର୍ଟ ବା ସୋର୍ସ ଜରିଆରେ ଇନଫର୍ମେସନ ପାଇବା କମିଶନରେଟ ପୋଲିସ ପାଇଁ ଭାରି ମୁସ୍କିଲ । ଏପରି ସ୍ଥଳେ କ୍ବିଇକ ଆକ୍ସନ ଟିମ ସମ୍ପୂର୍ଣ୍ଣ ବିଫଳ ମାରିଥିବା ବେଳେ ଖାଲି କେତୋଟି ଗଞ୍ଜେଇ ଓ ବ୍ରାଉନ ସୁଗାର ବେପାରୀଙ୍କୁ ଧରି ବାଃ ବାଃ ନେଉଛି ।